ସଦରଥାନା କାଙ୍କଡ଼ପାଳ ଗାଁରେ ଅଭାବନୀୟ ଘଟଣା : ଋଣ ଭାର ସହିନପାରି ଆତ୍ମହତ୍ୟା କଲେ ଦମ୍ପତି

114

କନକ ବ୍ୟୁରୋ : ଋଣ ଭାର ସହିନପାରି ଆତ୍ମହତ୍ୟା କଲେ ଦମ୍ପତି । ଏକା ସଙ୍ଗେ ବିଷ ପିଇବା ସହ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଦମ୍ପତି । ଢ଼େଙ୍କାନାଳ ସଦରଥାନା କାଙ୍କଡ଼ପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହା ସହ ମୃତ୍ୟୁ ପୂର୍ବରୁ ସେମାନେ ବିଷ ପିଇଛନ୍ତି ବୋଲି ଲେଖି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଋଣ ଭାରକୁ ନେଇ ଦୁହେଁ ଚିନ୍ତାରେ ରହିଥିଲେ ।

ଏପଟେ ସ୍ୱାମୀ ବିଶିକେଶନ ସାହୁଙ୍କର କିଡ଼ନୀ ଖରାପ ବୋଲି ଜାଣିବା ପରେ ଗତ ରାତିରେ ସ୍ୱାମୀ ଓ ସ୍ତ୍ରୀ ମାମା ସାହୁ ବିଷ ପିଇବା ସହ ଲୁଗା ଫାସ ଦେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେମାନେ ବିଭିନ୍ନ ଏସଏଚଜି ଗ୍ରୁପରୁ ଋଣ ଆଣି ଗାଁରେ ଏକ ଠେଲା ଜଳଖିଆ ଦୋକାନ ଦେଇଥିଲେ । ମାତ୍ର ଆୟ ଠାରୁ ଖର୍ଚ୍ଚ ଅଧିକ ହେଲା । ଦୁହିଁଙ୍କର ଆତ୍ମହତ୍ୟା ପରେ ୧୪ ବର୍ଷର ଗୋଟିଏ ପୁଅ ଏବେ ଅନାଥ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।