ଆଜିି ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା : ଉପକୃତ ହେବେ ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ

320

କନକ ବ୍ୟୁରୋ : ପବିତ୍ର ଅକ୍ଷୟା ତୃତୀୟାରେ ରାଜ୍ୟର ୪୦ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ କାଳିଆ ଟଙ୍କା । ଚାଷୀମାନେ ମୁଣ୍ଡ ପିଛା ୨ ହଜାର ଟଙ୍କା ଲେଖାଏଁ ପାଇବେ ବୋଲି କୁହାଯାଉଛି । ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ ।

ମଙ୍ଗଳବାର ଅପରାହ୍ନରେ ଆୟୋଜିକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟଙ୍କା ବଣ୍ଟନ କରିବେ । ଏ ବାବଦରେ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ମୋଟ୍ ୪ ହଜାର ଟଙ୍କା ସହାୟତା ମିଳେ । ପ୍ରତିବର୍ଷ ଅକ୍ଷୟ ତୃତୀୟା ଏବଂ ନୂଆ ଖାଇରେ ପର୍ବରେ ଚାଷୀଙ୍କ ଆକାଉଣ୍ଟକୁ ସରକାର ଏହି ଟଙ୍କା ପଠାନ୍ତି ।