ଆଜିଠୁ ଯୁକ୍ତ ଦୁଇ ନାମଲେଖା : ୨୫ ତାରିଖ ଯାଏଁ ଚାଲିବ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା

156

କନକ ବ୍ୟୁରୋ : ଆଜିଠୁ ଯୁକ୍ତ ଦୁଇ ନାମଲେଖା । ବିଭିନ୍ନ ହାୟର ସେକେଣ୍ଡାରୀ ସ୍କୁଲରେ ଆଜିଠାରୁ ନାମଲେଖା ଆରମ୍ଭ ହେବ । ୨୫ ତାରିଖ ଯାଏ ଏହି ନାମଲେଖା ପ୍ରକ୍ରିୟା ଚାଲିବ । ପରେ ୨୭ ତାରିଖ ଭିତରେ ସ୍ଲାଇଡ୍ ଅପ୍ ଆବେଦନ କରିବେ । ସେପ୍ଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ବାହାରିବ । ଏହି ପର୍ଯ୍ୟାୟରେ ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ଭିତରେ ହେବ । ଏହି ପର୍ଯ୍ୟାୟ ପରେ ବଳକା ସିଟର ନାମଲେଖା ପାଇଁ ସେପ୍ଟେମ୍ବର ୧୩ରେ ସ୍ପଟ୍ ମେଧା ତାଲିକା ପ୍ରକାଶ ପାଇବ ।

ଯୋଗ୍ୟ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୩ ଓ ୧୪ ତାରିଖରେ ନାମଲେଖା ପାଇଁ ପଞ୍ଜିକରଣ କରିବା ପରେ ୧୫ ତାରିଖରେ ଫାଇନାଲ ସ୍ପଟ ମେଧା ତାଲିକା ପ୍ରକାଶ ପାଇବ । ଏହାର ନାମଲେଖା ସେପ୍ଟେମ୍ବର ୧୫ ଓ ୧୬ରେ ହେବ । ଗତ ମାସ ୬ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ୫ଲକ୍ଷ ୨୬ହଜାର ୮୧୮ପିଲା ପରୀକ୍ଷା ଦେଇଥିବା ବେଳେ ୮ ହଜାର ୬୯୯ଜଣ ମାଟ୍ରିକ ଫେଲ ହୋଇଥିଲେ । ୮ ହଜାର ୧୧୯ ଜଣ ପିଲା ୯୦%ରୁ ଅଧିକ ମାର୍କ ରଖିଥିଲେ ।