ନୂପୁର ଶର୍ମା ବିବାଦୀୟ ବୟାନ। ଦେଶବିଦେଶରେ ବିରୋଧ ପ୍ରଦର୍ଶନ ଜାରି। ଟ୍ୱିଟ କଲେ ତସଲିମା ନାସରିନ।

212

କନକ ବ୍ୟୁରୋ: ନୂପୁର ଶର୍ମା ବିବାଦୀୟ ବୟାନ ଘଟଣା ପରେ ତେଜୁଛି ହିଂସା ଓ ଉତ୍ତେଜନା । ଅଳ୍ପସଂଖ୍ୟକମାନେ ବିଭିନ୍ନ ସ୍ଥାନରେ ପୋଡାଜଳା ଓ ଉପଦ୍ରବ କରିଚାଲିଛନ୍ତି । ବିଭିନ୍ନ ମୁସଲିମ ସଂଗଠନ ବିଭିନ୍ନ ରାଜ୍ୟରେ ହିଂସା ଘଟଣାରେ ମାତିଛନ୍ତି । ଦେଶବିଦେଶରେ ନୂପୁରଙ୍କ ବୟାନକୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏବେ ଏହା ଉପରେ ମତାମତ ରଖିଛନ୍ତି ବାଂଲାଦେଶର ପ୍ରସିଦ୍ଧ ଲେଖିକା ତସଲିମା ନସରିନ । ଟୁଇଟ କରି ତସଲିମା କହିଛନ୍ତି ଯଦି ପେଗାମ୍ବର ମହମ୍ମଦ ଆଜି ଜୀବିତ ଥାଆନ୍ତି ତେବେ ସାରା ବିଶ୍ୱରେ ମୁଲସମାନ ପ୍ରଶଂସକଙ୍କ ପାଗଳାମି ଦେଖି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତେ ।

ସେପଟେ ବାଂଲାଦେଶ ରାଜଧାନୀ ଢାକାରେ ଜୋରଦାର ପ୍ରଦର୍ଶନ କରାଯାଉଛି । ଘଟଣା ପାଇଁ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି ମୁସଲିମ ସଂଗଠନ । ଜୁନ ୧୬ ତାରିଖରେ ଢାକାସ୍ଥିିତ ଭାରତୀୟ ଦୂତାବାସ ଘେରାଇ କରିବା ପାଇଁ ଡାକରା ଦେଇଛନ୍ତି । ଏଥିସହ ସେଠାରେ ଭାରତୀୟ ଉତ୍ପାଦକ ବର୍ଜନ ପାଇଁ ଅପିଲ ଆରମ୍ଭ କଲେଣି ମୁସଲିମ ସଂଗଠନ ।