ଦେଶରେ ବଢୁଛି କରୋନା ସଂକ୍ରମଣ। କର୍ଣ୍ଣାଟକକୁ ଫେରିଲା କଟକଣା।

181

କନକ ବ୍ୟୁରୋ: କ୍ରମାଗତ ଭାବେ ବଢିଚାଲିଛି କରୋନା ସଂକ୍ରମଣ । ଦେଶରେ ଦୈନିକ ସ୍ରଂକମିତଙ୍କ ସଂଖ୍ୟା ୮ହଜାର ଟପିବା ପରେ ଚିନ୍ତା ଦ୍ୱିଗୁଣିତ ହୋଇଛି । ଗତ ୩ ମାସ ମଧ୍ୟରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ନୂଆ ୮ ହଜାର ୩୨୯ ଜଣ ସଂକମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା । ସେହିପରି ୨୪ ଘଣ୍ଟାରେ ୪ ହଜାର ୨୧୬ ଜଣ ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୩୭୦ ପହଞ୍ଚିଛି ।

ଲଗାତାର ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟମାନଙ୍କରେ କଟକଣା ଲାଗୁ କରାଯାଇଛି । ମହାରାଷ୍ଟ୍ରପରେ ଏବେ କର୍ଣ୍ଣାଟକକୁ ଫେରିଛି ମାସ୍କ ପରିଧାନ ପାଇଁ କଡ଼ା ନିୟମ । ସାର୍ବଜନୀନସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟସରକାର । ଏଥିସହ ସାମଜିକ ଦୂରତା ରକ୍ଷା, ସାନିଟାଇଜର ବ୍ୟବହାର କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରେଷ୍ଟୁରାଣ୍ଟ, ପବ,ଥିଏଟର ପାଇଁ ମଧ୍ୟ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କର୍ଣାଟକରୁ ଆଜି ୫୨୫ ଟି କରୋନା କେସ ସାମ୍ନାକୁ ଆସିଛି । ଯାହା ମଧ୍ୟରୁ କେବଳ ରାଜଧାନୀ ବେଙ୍ଗୁଲୁରୁରୁ ୪୯୪ ଟି ମାମଲା ଆସିଛି ।

କୋଭିଡ ସଂକ୍ରମଣ ମାମଲା କେବଳ ମହାରାଷ୍ଟ୍ର କିମ୍ବା କେରଳ ନୁହେଁ ବଂର ଉତରପ୍ରଦେଶ, କେରଳ ଓ ଦିଲ୍ଲୀରେ ବି ଲଗାତାର ବୃଦ୍ଧି ପାଉଛି । ସ୍ଥିତିକୁ ଦେଖି ଏହି ରାଜ୍ୟମାନଙ୍କୁ ସର୍ତକ ରହିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି କେନ୍ଦ୍ର ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଓମିକ୍ରନ ଓ ଏହାର ଉପପ୍ରଜାତି ପ୍ରଭାବରୁ ପୁଣି ସଂକ୍ରମଣ ବୃଦ୍ଧି ପାଉଛି । ସେପଟେ କିଛି ଦିନ ପୂର୍ବରୁ ଦେଶରେ ୪ର୍ଥ ଲହର ଜୁନ ମାସରେ ଆସିବା ନେଇ ବିଶେଷଜ୍ଞମାନେ ସର୍ତକ କରାଯାଇଛି ।ଏବେ ସଂକ୍ରମଣ ବୃଦ୍ଧି ନୂଆ ଲହର ଆସିବା ଆଶଙ୍କାକୁ ଘନିଭୂତ କରାଇଲାଣି