ବିଶ୍ୱକୁ ଭୟଭିତ କରୁଛି ଉତରକୋରିଆ । ବାରମ୍ବାର ଚଳାଇଛି ମିସାଇଲ ପରୀକ୍ଷଣ

310

କନକ ବ୍ୟୁରୋ : ଦିନକୁ ଦିନ ଉଗ୍ର ହେଉଛିି ଉତରକୋରିଆ । ଶତ୍ରୁ ଦେଶଙ୍କୁ ଭୟଭୀତ କରାଇ ବାରମ୍ବାର କରୁଛି ମିସାଇଲ ପରୀକ୍ଷଣ । ଆଣବିକ ଅସ୍ତ୍ରର ପ୍ରୟୋଗ କରି ବାରମ୍ବାର ଧମକ ଦେଉଥିବା ଉତରକୋରିଆକୁ ଜବାବ ଦେବା ପାଇଁ ଏକାଠି ଆଗେଇ ଆସିଛନ୍ତି ଦକ୍ଷିଣ କୋରିଆ, ଜାପାନ ଓ ଆମେରିକା । ସୂଚନା ଅନୁସାରେ ୩ଦେଶ ଉତରକୋରିଆ ବିରୋଧରେ ମିଳିତ ସମରଭ୍ୟାସ କରିବେ । ୱାଶିଂଟନ ଡିସରେ ଆୟୋଜିତ ସୁରକ୍ଷା ସମ୍ମିଳନୀରେ ଏହି ଘୋଷଣା କରାଯାଇଛି । କୋରିଆ ଉପଦ୍ୱୀପ ଓ ଆଖପାଖ ଅଂଚଳରେ ସୁରକ୍ଷା ସମୀକ୍ଷା ବିନିମୟ ଓ ତ୍ରିପାକ୍ଷିକ ନିରାପତୀ ମଜବୁତ କରିବା ଲାଗି ଏହି ନିଷ୍ପତି ନିଆଯାଇଛି । ଅସ୍ଥିରତା ସୃଷ୍ଟିକାରୀ ସମସ୍ତ କାର୍ଯ୍ୟକଳାପ ବନ୍ଦ କରିବା ୩ ଦେଶର ପ୍ରତିନିଧିମାନେ ଉତରକୋରିଆକୁ ଅପିଲ କରିଛନ୍ତି । ଯଦି ଉତରକୋରିଆ କୌଣସି ଆଣବିକ ପରୀକ୍ଷା କରେ ତେବେ ଅର୍ନ୍ତଜାତୀୟ ସମୁଦାୟ ଜବାବ ଦେବେ । ଶୁକ୍ରବାରେ ଉତରକୋରିଆ ଇଂଟକଂଟିନେଂଶଟାଲ ବାଲିଷ୍ଟିକ ମିସାଇଲ ପରିକ୍ଷା କରିଛି । ସେପଟେ ମିସାଇଲ ଗୁଡିବ ଦ୍ୱୀପ ଦେଇ ଜାପାନାରେ ଖସିବା ଯୋଗୁଁ ଆତଙ୍କିତ ଅବସ୍ଥାରେ ଜାପାନବାସୀ ରହିଛନ୍ତି । ଜାପାନ ସରକାର ମିଳିତ ଜାତିସଂଘର ବୈଠକ ଡକାଇବା ପାଇଁ ଅପିଲ କରିଛନ୍ତି ।