ଶ୍ରାବଣରେ ବର୍ଷାର ସ୍ଥିତି : କେଉଁଠି ବର୍ଷିଲା, କେଉଁଠି କମିଲା; କ’ଣ କହିଲା ପାଣିପାଗ ବିଭାଗ ?

173

କନକ ବ୍ୟୁରୋ : ଶ୍ରାବଣରେ କମ୍ ବର୍ଷା । ଗଜା ମରୁଡି ଆଶଙ୍କା କରି ଏବେ ମଟର ସହାୟତାରେ ବିଲକୁ ପାଣି ମଡାଇ ଧାନ ରୁଆ ଆରମ୍ଭ କରିଛନ୍ତି ଚାଷୀ । ଏ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ । ସମଗ୍ର ମାଲକାନଗିରି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଜମି ଫାଟି ଆଁ କରିବାରେ ଲାଗିଛି । ଧାନ ତଳି ମଧ୍ୟ ସୁଖିବାରେ ଲାଗିଛି ।

ତେଣୁ ଗଜା ମରୁଡି ଆଶଙ୍କା କରି ଏବେ ବିକଳ୍ପ ପନ୍ଥା ଅବଲମ୍ବନ କରୁଛନ୍ତି ଚାଷୀ । ମାଲକାନଗିରି ଜିଲ୍ଲା ଏମଭି ୪୩, ଏମଭି ୮ ଅଞ୍ଚଳରେ ମୋଟର ପମ୍ପ ଯୋଗେ ବିଲକୁ ଓଦା କରି ଧାନ ରୁଆ ଆରମ୍ଭ କରିଛନ୍ତି ଚାଷୀ । ଚାଷ କାମରେ ବିଳମ୍ବ ସହ ଗଜା ମରୁଡିକୁ ଏଡାଇବା ଲାଗି ଚାଷୀ ଏଭଳି ବିକଳ୍ପ ପନ୍ଥା ଆପଣାଇଛନ୍ତି । ତେବେ ମୋଟର ଯୋଗେ ପାଣି ଯୋଗାଣ ଯୋଗୁଁ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିଛି ।

ଶ୍ରାବଣରେ କମ୍ ବର୍ଷା !

– ଜୁନ୍ ୧ରୁ ଅଗଷ୍ଟ ୧ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା
– ୫୬୦ ଦଶମିକ ୬ ମିଲିମିଟର ବର୍ଷା ହେବା କଥା
– ୨ ସାସ ଭିତରେ ଭିତରେ ୫୧୨ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ
– ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି
– ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ଭଦ୍ରକ ଓ ବଲାଙ୍ଗୀରରେ ନିଅଣ୍ଟିଆ ବର୍ଷା
– ସୁନ୍ଦରଗଡ଼ ଜିଲ୍ଲାରେ ୩୬୨ ଦଶମିକ ୨ ମିମି ବର୍ଷା ରେକର୍ଡ
– ସୁନ୍ଦରଗଡ଼ରେ ସ୍ୱାଭାବିକଠାରୁ ୪୦ ପ୍ରତିଶତ କମ୍ ବର୍ଷା ହୋଇଛି
– ଦୁଇଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି
– ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି
– ୨୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି
– ଜୁନ୍ ୧ରୁ ଅଗଷ୍ଟ ୧ ମଧ୍ୟରେ ରାଜ୍ୟରେ ମୋଟ୍ ୫୧୨.୨ ମିମି ବର୍ଷା ରେକର୍ଡ
– ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୯ ପ୍ରତିଶତ କମ୍
– ୨୪ ଘଣ୍ଟାରେ ଅନୁଗୁଳରେ ସର୍ବାଧିକ ତାପମାତ୍ରା ରେକର୍ଡ
– ୧୮ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ