ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗ । ସୁପ୍ରିମକୋର୍ଟରେ ଦାୟର ଆବେଦନର ଘୁଞ୍ଚିଲା ଶୁଣାଣି।

97

କନକ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡିର ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବିରୋଧର କରି ହୋଇଥିବା ମାମଲାର ଶୁଣାଣି ଘୁଞ୍ଚିଛି । ସୁପ୍ରିମକୋର୍ଟରେ ହୋଇଥିବା ଏହି ଆବେଦନ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଆବେଦନକାରୀ ଏମଏଲ ଶର୍ମା କହିଛନ୍ତି, ସର୍ବପ୍ରଥମେ ସେ ଆବେଦନ କରିଥିଲେ ତେବେ ଆବେଦନକାରୀ ତାଲିକାରେ ତାଙ୍କ ନାଁରେ ଆବେଦନ ହୋଇନାହିଁ । ପ୍ରଥମେ ତାଙ୍କୁ ଦଲିଲ ରଖିବାର ଅଧିକାର ଦିଆଯିବା ଦରକାର ।

ସୁପ୍ରିମକୋର୍ଟ ଏହାକୁ ଆଖିରେ ରଖି ରେଜିଷ୍ଟାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କିଏ ପ୍ରଥମେ ଆବେଦନ କରିଛି ତାହା ସ୍ପଷ୍ଟ କରିବେ । କେନ୍ଦ୍ର ସରକାର ୨୦୨୧ ନଭେମ୍ବରରେ ଅଲଗା ଅଲଗା ଅଧ୍ୟାଦେଶ ଜାରିକରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ରଖିବାର ବ୍ୟବସ୍ଥା କରିଥିଲେ । ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ମାମଲାରେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ପ୍ରବକ୍ତା ସାକେତ ଗୋଖଲେ, ଜୟା ଠାକୁର, ରଣଦୀପ ସିଂହ ସୁରଜେୱାଲା, ମହୁଆ ମୌତ୍ର, ବିନିତ ନାରାୟଣ ସମେତ ଅନେକ ଆବେଦନ କରିଛନ୍ତି । ଭାରତର ମୁଖ୍ୟ ବିତାରପତି ଜଷ୍ଟିସ ଏନଭି ରମନ୍ନା ଏବଂ ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ଜଷ୍ଟିସ ହିମା କୋହଲୀଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା ।