ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି କେତେ ଜଣ ମହିଳା ସରକାରୀ କର୍ମଚାରୀ? ଗତ ୫ ବର୍ଷରେ ସେମାନଙ୍କ ଠାରୁ ଜବତ ହୋଇଛି କେତେ ଟଙ୍କା?

102

କନକ ବ୍ୟୁରୋ : ଦୁର୍ନୀତି କଲେ ନିସ୍ତାର ନାହିଁ । ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳ ନୀତି ଏବେ ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ନିଦ ହଜାଇଛି । କେବଳ ସରକାରୀ ବାବୁ ନୁହଁନ୍ତି ଦୁର୍ନୀତି ମାମଲାରେ ଅନେକ ସରକାରୀ ମହିଳା କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ଯେଉଁମାନଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଛି । ଲିଖିତ ଆକାରରେ ତାହାର ସବିଶେଷ ତଥ୍ୟ ଆଜି ବିଧାନସଭାରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମହିଳା ଓ ଶିଶୁ ବିକାଶ ବିଭାଗ ବ୍ୟତୀତ ଅନ୍ୟ ବିଭାଗରେ କେତେ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି ଓ ସେମାନଙ୍କ ଠାରୁ କେତେ ମୂଲ୍ୟର ସମ୍ପତ୍ତି ଠାବ ହୋଇଛି ସେନେଇ ଗୃହରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଯାହାର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ବ୍ୟତୀତ ଅନ୍ୟ ସରକାରୀ ବିଭାଗର ମୋଟ ୧୬୮ ଜଣ ମହିଳା କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଛି । ଚଢାଉ ବେଳେ ସେମାନଙ୍କ ଠାରୁ ୭୧ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରାଯାଇଥିବା ଲିଖିତି ଉତ୍ତରରେ ସ୍ପଷ୍ଟ କରାଯାଇଛି ।