ଟିକା ଉତ୍ସବରେ ମିଳୁନି ଟିକା : ଆଜି ପୁଣି ୭ଶହ ଟିକାକରଣ କେନ୍ଦ୍ର ବନ୍ଦ, କାର୍ଯ୍ୟକ୍ଷମ ହେଉଛି ୭୭୫ଟି କେନ୍ଦ୍ର

ସେପଟେ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଆକ୍ରାନ୍ତ ବଢିଲେ ବଢିବ ବେଡ୍ ସଂଖ୍ୟା

71

କନକ ବ୍ୟୁରୋ : ଟିକା ଉତ୍ସବ ଚାଲିଥିବା ବେଳେ ରାଜ୍ୟରେ ବନ୍ଦ ରହିଛି  ଟିକା କେନ୍ଦ୍ର । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ରାଜ୍ୟରେ ୭ଶହ ଟିକା କେନ୍ଦ୍ର ବନ୍ଦ ରହିଛି । ୭୭୫ଟି ଟିକା କେନ୍ଦ୍ରରେ ଟିକାକରଣ ଚାଲିଛି । ଭୁବନେଶ୍ୱର ସମେତ ୮ଟି ୱାର୍କ ପ୍ଲେସରେ ଟିକାକରଣ ଆରମ୍ଭ ହୋଇଛି ଆଜି ବୋଲି ସୂଚନା ଦେଇଛନ୍ତି । ଗଂଜାମ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ଖୋର୍ଦ୍ଧା, ଭୁବନେଶ୍ୱର ୱାର୍କ ପ୍ଲେସରେ ଟିକାକରଣ ଚାଲିଛି ।

ସେପଟେ, କରୋନା ସଂକ୍ରମଣ ବୄଦ୍ଧି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ସବୁ ରାଜ୍ୟରେ ବଢୁଛି ଆମ ରାଜ୍ୟରେ ବି ବଢୁଛି । ଏବେ ସ୍ଥିତି ଆକଳନ କରିବା ନାହିଁ । ଜିଲ୍ଲାପାଳମାନଙ୍କୁ ମେଡ଼ିକାଲ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ପରିମାଣରେ ରୋଗୀ ସଂଖ୍ୟା ବୄଦ୍ଧି ପାଇବ ସେହି ହିସାବରେ ବେଡ଼ ବୄଦ୍ଧି କରାଯିବ । ଲୋକଙ୍କ ଯା ଆସ ଉପରେ କିଛି କଟକଣା ଲାଗିଛି । ଲୋକଙ୍କୁ ସଚେତନ କରାଯାଉଛି । ଅକ୍ସିଜେନ, ଭେଣ୍ଟିଲେଟର, ଡ଼୍ରଗ୍ସର ତର୍ଜମା ଚାଲିଛି ।ଆବଶ୍ୟକତା ଅନୁସାରେ କାମରେ ଲଗାଯିବ । ପଜିଟିଭଙ୍କୁ ଚିକିତ୍ସା ପାଇଁ ପ୍ରତି ଜିଲ୍ଲାରେ କଲ ସେଣ୍ଟର ଖୋଲାଯାଇଛି । ସେମାନେ ଫୋନ କରି ରୋଗୀର ସ୍ବାସ୍ଥ୍ୟ ବସ୍ଥା ବୁଝିବା ସହ ଔଷଧ ଦେଉଛନ୍ତି ।