ରାଜ୍ୟରେ ବଢୁଛି କରୋନା ଗ୍ରାଫ୍ । ୨୪ଘଂଟାରେ ୧୪ଶହ ୩୪ ଆକ୍ରାନ୍ତ ଚିହ୍ନଟ । ଗଂଜାମରୁ ସର୍ବାଧିକ ୩୨୦ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨୧୮ ନୂଆ ସଂକ୍ରମିତ ଚିହ୍ନଟ

ସଂଗରୋଧ କେନ୍ଦ୍ରରୁ ୮୮୯ , ବାକି ୫୪୫ ହେଉଛନ୍ତି ସ୍ଥାନୀୟ ଅଂଚଳର

469

କନକ ବ୍ୟୁରୋ: ରାଜ୍ୟରେ ଆଜି ଆଉ ୧୪୩୪ ନୂଆ ଆକ୍ରାନ୍ତ ଚିହ୍ନଟ । ୨୯ ଜିଲ୍ଲାରୁ ଆଜି ପୁଣି ୧୪୪୩ ନୂଆ ରୋଗୀ ଚିହ୍ନ ଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ୯୧୩କୁ ବୃଦ୍ଧି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୧ ହଜାର ୨୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ୧୩ ହଜାର ୪୦୪ ଜଣ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ରାଜ୍ୟର ବିଭିନ୍ନ କୋଭିଡ୍ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏପଟେ ଆଜି ଚିହ୍ନଟ ହୋଇଥିବା ନୂଆ ୧୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଂଜାମ ଜିଲ୍ଲାରୁ ୩୨୦ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରୁ ୨୧୮, କଟକରୁ ୧୨୩ ଏବଂ ରାୟଗଡାରୁ ୧୯୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୯, ବାଲେଶ୍ୱରରୁ ୧୨, ଭଦ୍ରକରୁ ୨୫, ବୋଦ୍ଧରୁ ୫, ଦେବଗଡରୁ ୨, ଢେଙ୍କାନାଳରୁ ୧୩, ଗଜପତିରୁ ୯୧, ଜଗତସିଂହପୁରରୁ ୧୩, ଯାଜପୁରରୁ ୫୭, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୧୮, କନ୍ଧମାଳରୁ ୪୪, କେନ୍ଦୁଝରରୁ ୨, କୋରାପୁଟରୁ ୧୨, ମାଲକାନଗିରିରୁ ୨୪, ମୟୂରଭଂଜରୁ ୧, ନବରଙ୍ଗପୁରରୁ ୨, ନୟାଗଡରୁ ୮, ନୂଆପଡାରୁ ୭, ପୁରୀରୁ ୬୫, ସମ୍ବଲପୁରରୁ ୫୧, ସୋନପୁରରୁ ୬ ଏବଂ ସୁନ୍ଦରଗଡରୁ ୭୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.