ସରିଲା ସଟଡାଉନ: କୋରାପୁଟ ଜିଲ୍ଲାରେ ଆଜିଠାରୁ ୧୪ ଦିନିଆ ଲକଡାଉନ; ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଖୋଲିବ ଦୋକାନ ବଜାର

କୋହଳ ପରେ ଜମିଲା ଭିଡ

90

କନକ ବ୍ୟୁରୋ: ସରିଲା ସଟଡାଉନ । କୋରାପୁଟରେ ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ ହୋଇଛି । ଅନେକ କଟକଣା ସହ ଦୋକାନବଜାର ଖୋଲିବାକୁ ମିଳିଛି ଅନୁମତି । ଜିଲ୍ଲାରେ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଦୋକାନ ବଜାର ଖୋଲିବ । ସେହିଭଳି ସେଲୁନ, ଗହଣା ଦୋକାନ ଓ ଅନ୍ୟ ଦୋକାନ ଖୋଲିବାକୁ ମିଳିଛି ଅନୁମତି । କଟକଣା କୋହଳ ପରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।