କୁବେର ପିଏସ ବିରଞ୍ଚିଙ୍କ ବଢିଲା ଅଡୁଆ । ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ପୁରୀରେ ଏକାଧିକ ପ୍ଲଟ୍ ହାତେଇଥିବା ସୂଚନା ।

263

କନକ ବ୍ୟୁରୋ : ଷ୍ଟାଫ୍ ସିଲେକ୍ସନ କମିସନ ବିରୋଧରେ ଲମ୍ବିଚାଲିଛି ଅଭିଯୋଗର ଫର୍ଦ୍ଦ । ସେ କିଭଳି ବିଭିନ୍ନ ଲୋକଙ୍କ ଜରିଆରେ ଚାକିରୀ ଆଶାୟୀଙ୍କଠାରୁ ଲାଞ୍ଚ ନେଉଥିଲେ, ଆଉ ଟଙ୍କା ନଦେଲେ ଚାକିରୀ ହେଉନଥିଲା ସେନେଇ ଆଜି ପୁରୀର ଜଣେ ଯୁବକ ଅଭିଯୋଗ ଆଣିଛନ୍ତିି । ଏଥିସହ କିଛି ଯୁବକ ଚାକିରୀ ପାଇବା ପରେ କିଭଳି ତାଙ୍କ ପତ୍ନୀଙ୍କ ନାଁରେ ଜୀବନବୀମା ଭେଟି ଦେଇଥିଲେ ତାହା କହିଛନ୍ତି । ବ୍ରହ୍ମଗିରିର ଆଉ ଜଣେ ଯୁବକ ମଧ୍ୟ ବିରଞ୍ଚିଙ୍କ ନିଁରେ ସମାନ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗରେ ଆଜି ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।

କୁବେର ପିଏସ ବିରଞ୍ଚିଙ୍କ ବଢିଲା ଅଡୁଆ । ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ପୁରୀରେ ହାତେଇଛନ୍ତି ଏକାଧିକ ପ୍ଲଟ ! ବିରଞ୍ଚି ସାହୁଙ୍କ ନାଁରେ ଆସିଛି ଆଉ ଏକ ବଡ ଅଭିଯୋଗ । ପୁରୀରେ ରହିଛି ତାଙ୍କର ବହୁ କେଳେଙ୍କାରୀ । ଚାକିରୀ କରାଇଦେବା ସହ ହାତେଇଛନ୍ତି ଏକାଧିକ ପ୍ଲଟ୍ । ଲକ୍ଷାଧିକ ଟଙ୍କା ନେଇ ଅଯୋଗ୍ୟ ଲୋକଙ୍କୁ ଚାକିରୀ ଦେଇଛନ୍ତି । କିଛି ଚାକିରୀ ପାଇବା ପରେ ବିଂରଚିଙ୍କ ସ୍ତ୍ରୀଙ୍କ ଠାରେ ଜୀବନବୀମା ବି କରିଛନ୍ତି ।

କେବଳ ଏତିକି ନୁହେଁ ବିରଞ୍ଚି ସାହୁଙ୍କ ଦୁର୍ନୀତିର ଆଉ ଏକ ଫର୍ଦ୍ଦ ଖୋଲିଛନ୍ତି ବ୍ରହ୍ମଗିରିର ଶ୍ରୀନିବାସ ଦଳେଇ । ଶ୍ରୀନିବାସଙ୍କ ଅଭିଯୋଗ ଅନୁସାରେ, ୨୦୧୬ରେ ପୁଲିସ ବିଭାଗରେ ଚାକିରୀ ପାଇଁ ପରୀକ୍ଷା ଦେଇଥିଲେ । ଏହି ସମୟରେ କମିଶନରେଟ ପୁଲିସର ଜଣେ କନଷ୍ଟେବଳ ଚାକିରୀ ପାଇଁ ୫ ଲକ୍ଷ ଟଙ୍କା ମାଗିଥିଲେ । ସମ୍ପୃକ୍ତ କନଷ୍ଟେବଳ ଏହି ଟଙ୍କାକୁ ବିରଞ୍ଚିଙ୍କୁ ଦେବେ ବୋଲି କହିଥିବା ଶ୍ରୀନିବାସ ଅଭିଯୋଗ ଆଣିଛନ୍ତି । କଟ୍ ଅଫ୍ ମାର୍କଠାରୁ ୨ ମାର୍କ ଅଧିକ ରଖିଥିଲେ ବି ତାଙ୍କୁ ଚାକିରି ମିଳିନଥିଲା । ଏବେ ଏହା ବିରୋଧରେ ସେ ହାଇକୋର୍ଟ ଯାଇଛନ୍ତି । ସେପଟେ ଓଏସଏସସିରେ ବିରଞ୍ଚି ସାହୁଙ୍କ ଦୁର୍ନୀତିର ପେଡି ଖୋଲିବା ପରେ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ବିଜେଡି କହିଛି ଆଇନ ତା ବାଟରେ ଯିବ ।