ଆସାମରେ ବର୍ଷା ଆଣିଲା ବନ୍ୟା ବିପତ୍ତି । ଲଗାଣ ବର୍ଷା ଯୋଗୁ ୨୦ ଜିଲ୍ଲାର ୨ଲକ୍ଷରୁ ଅଧିକ ଲୋକେ ଜଳବନ୍ଦୀ

୧୮ ଟ୍ରେନ ବାତିଲ, ଉଦ୍ଧାର କାର୍ଯ୍ୟରେ ଏନଡିଆରଫ୍

138

କନକ ବ୍ୟୁରୋ : ଆସାମରେ ବର୍ଷା ଆଣିଲା ବନ୍ୟା ସ୍ଥିତି । ଲଗାଣ ବର୍ଷା ଯୋଗୁଁ ଆସାମର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ପାଣି ଘେରରେ ବିତୁଛି ଲୋକଙ୍କ ଜୀବନ । ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଯୋଗୁଁ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଭୁସ୍ଖଳନ ଯୋଗୁ ଟ୍ରେନ୍ ଧାରଣା ତଳୁ ମାଟି ଧୋଇ ହୋଇଯାଇଛି । ଆସାମର ୨୦ଟି ଜିଲ୍ଲାର ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭୮ ହଜାରରୁ ଅଧିକ ଲୋକଙ୍କ ପରିସ୍ଥିତି ଜଟିଳ ଅଛି । ପ୍ରାୟ ୬୫୨ ଗାଁ ପ୍ରଭାବିତ ହୋଇଛି ।

ରାସ୍ତାଘାଟରେ ପାଣି ଜମିରହିବା ଯୋଗୁଁ ଯାତାୟତ ପ୍ରଭାବିତ ହୋଇଛି । ଆସାମ ଦିମା ହାସାଓ ଜିଲ୍ଲା ବର୍ଷା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ରିଲିଫ୍ କାର୍ଯ୍ୟକୁ ଅଧିକ ତ୍ୱରାନିତ କରାଯାଇଛି । ୫୫ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଥିବା ବେଳେ ସେଠାରେ ୩୨ ହଜାରରୁ ଅଧିକ ଲୋକଙ୍କୁ ରଖାଯାଇଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ସହ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ମୁତୟନ ହୋଇଯାଇଛି । କେତକ ସ୍ଥାନରେ ରାସ୍ତା, ପୋଲ, ବ୍ରିଜ୍, ଘର ଭୁଷୁଡି ପଡିଛି । ମୋଟ ଉପରେ ୧୮ ଟ୍ରେନକୁ ବାତିଲ କରିଦିଆଯାଇଛି । ଏପରି ସ୍ଥଳେ ଆହୁରି ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କତା କରାଯାଇଛି ।