ଶ୍ରୀନଗରରେ ସ୍ଥିତି ସମୀକ୍ଷା କଲେ ଅଜିତ ଡୋଭାଲ । ଘାଟିରେ ଶାନ୍ତି ରହିଥିବା ନେଇ ସରକାରଙ୍କୁ ଦେଲେ ରିପୋର୍ଟ ।

348

କନକ ବ୍ୟୁରୋ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶ୍ରୀନଗର ଯାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏନେଇ ସରକାରଙ୍କୁ ସେ ଏକ ରିପୋର୍ଟ ଦେଇଛନ୍ତି । ଶ୍ରୀନଗରରେ ସ୍ଥିତି ସମୀକ୍ଷା କରିବା ପରେ ସେଠାରେ ଶାନ୍ତି ରହିଥିବା ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଅଜିତ ଡୋଭାଲ । ଏହା ସହ ସ୍ଥାନୀୟ ଲୋକଙ୍କ ମତାମତାରେ ସେ ସନ୍ତୁଷ୍ଟ ଥିବା କହିଛନ୍ତି । ଗ୍ରାଉଣ୍ଡ ଜିରୋରେ ସେ ସମୀକ୍ଷା କରିଛନ୍ତି । ଘାଟିରେ ସ୍ଥିତି ସ୍ୱାଭାବିକ ଅଛି ବୋଲି ସେ ରିପୋର୍ଟରେ ଦର୍ଶାଇଛନ୍ତି ।