ଅହଙ୍କାର ଭାଙ୍ଗିବାକୁ ହୁଙ୍କାର ! ଡିସେମ୍ବରରେ ରାଜଧାନୀରେ ଅଫିସର ନେତାଙ୍କ ଘର ଘେରିବେ ଲକ୍ଷେ ଚାଷୀ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ତେଜିଲା ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ୍ ଲାଗି ଦାବି । ଡିସେମ୍ବର ୧୪ ତାରିଖରେ ଭୁବନେଶ୍ୱର ଘେରିବ ନବ ନିର୍ମାଣ କୃଷକ ସଂଗଠନ । ଏକ ଲକ୍ଷ ଚାଷୀ ‘କର ବା ମର’ ଆନ୍ଦୋଳନ ଡାକରା ଦେଇ ଭୁବନେଶ୍ୱରରେ ସମସ୍ତ ଅଫିସର ଓ ନେତାଙ୍କ ବାସଗୃହ ଘେରାଉ କରିବ । ଏନେଇ ସୂଚନା ଦେଇଛନ୍ତି ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ।

ଆଗାମୀ ବଜେଟରେ ରାଜ୍ୟର ୩୬ଲକ୍ଷ ଚାଷୀ ପରିବାର ଲାଗି ୨୧ହଜାର ୬ସହ କୋଟି ବ୍ୟୟବରାଦ କରିବାକୁ ଦାବି କରିଛି ସଂଗଠନ । ଆଜି ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାରୁ କୃଷକ ପ୍ରତିନିଧିମାନେ ଭାଗ ନେବାସହ ଏହି ନିଷ୍ପତି ନିଆଯାଇଛି । ଏହି ଅବସରରେ ସଂଗଠନର ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ ବିଗତଦିନର କାର୍ଯ୍ୟକ୍ରମକୁ ପ୍ରଂଶସା କରିବାସହ ଆଗାମୀ ଆନ୍ଦୋଳନକୁ ପ୍ରଭାବଶାଳୀ ଢଙ୍ଗରେ କରିବାଲାଗି କୃଷକ ନେତାମାନଙ୍କୁ ଆହ୍ୱାନ ଦେଇଥିଲେ  ।