ବଦଲା ଆଲମପକା ! ଗ୍ରେହାଉଣ୍ଡ୍ କବଜାରେ ବିଚ୍ଛିନ୍ନାଂଚଳ

24

କନକ ବ୍ୟୁରୋ : ଜଳ , ସ୍ଥଳ ଓ ଆକାଶ । ତିନି ପଟୁ ହେବ ଆକ୍ରମଣ । ବିଚ୍ଛିନାଂଚଳରୁ ନିଶ୍ଚିହ୍ନ ହେବେ ମାଓବାଦୀ । ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଂଟ୍ । ମାଓବାଦୀ ନୁହେଁ ମାଓବାଦକୁ ମାରିବାକୁ ବଡଧରଣର ଯୋଜନା ହୋଇଛି । ଏମିତି କିଛି ଖବର ଲାଗିଛି କନକ ନ୍ୟୁଜ୍ ହାତରେ ।

ତିନି ଦିନର ଯୁଦ୍ଧ ପରେ ଆନ୍ଧ୍ର ସରକାର ଆହୁରି ଫୋର୍ସ ଜଗାଇଛନ୍ତି ବିଚ୍ଛିନାଂଚଳରେ । ଗୋଟିଏ ପରେ ପଟେ ପାଣି ଓ ତିନି ପଟେ ଜଙ୍ଗଲ । ତେଣୁ ଆନ୍ଧ୍ର ସରକାର ଗୋଆରୁ ଆଣୁଛନ୍ତି ବୁଲେଟ୍ ପ୍ରୁଫ୍ ସ୍ପିଡ୍ ବୋଟ୍ । ସେପଟେ ଆକଶମାର୍ଗରୁ ମଧ୍ୟ ହେବ ଆକ୍ରମଣ । ଆଗରୁ ୨ଟି ହେଲିକପ୍ଟର ଥିଲା । ଏବେ ଆଉ ୨ଟି ଏହି ଜଙ୍ଗଲି ଯୁଦ୍ଧରେ ନିୟୋଜିତ ହେବେ ।

ସେପଟେ ଆନ୍ଧ୍ର ଓ ଓଡିଶା ପୁଲିସର ଏହି ମିଳିତ ଅପରେସନକୁ ଦେଖି ଛାନିଆଁ ଲାଲ୍ ସର୍ଦ୍ଦାରମାନେ । କୁହାଯାଉଛି ଟପ୍ ମାଓନେତା ରାମକ୍ରିଷ୍ଣା, ଚେଲାପଟ୍ଟି, ସୁଧୀର୍ , ବେଣୁ ଓ ମାଓନେତ୍ରୀ ବିଚ୍ଛିନାଂଚଳକୁ ବାଏ ବାଏ କହିବାକୁ ରାସ୍ତା ଖୋଜୁଛନ୍ତି ।

କୁହାଯାଉଛି ୨୦୦୯ର ହିସାବନିକାଶ କରୁଛି ଗ୍ରେହାଉଣ୍ଡ । କାରଣ ଆଲମପକାରେ ଗ୍ରେହାଉଣ୍ଡର ୩୮ ଜଣ ଜାବନଙ୍କୁ ମାରିଥିଲେ ମାଓବାଦୀ । ତେଣୁ ବିଚ୍ଛାନାଂଚଳକୁ ମାଓମୁକ୍ତ କରିବାକୁ ମାଓ ନିପାତ ଅଭିଯାନ ଜରି ରଖିଛି ଗ୍ରେହାଉଣ୍ଡ୍ ।