ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା : ବାପାଙ୍କୁ ଭୋଟ୍ ଦେବେନି କହିଲେ ପୁଅ ଜୟନ୍ତ ସିହ୍ନା

356

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଯଶୱନ୍ତ ସିହ୍ନା ନାମାଙ୍କନ ଦାଖଲ କରିଛନ୍ତି । ବିରୋଧୀ ମେଣ୍ଟ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଶରଦ ପାୱାର, ରାହୁଲ ଗାନ୍ଧୀ ଓ ଅଖିଲେଶ ଯାଦବ ଉପସ୍ଥିତ ରହିଥିଲେ । ଯଶୱନ୍ତଙ୍କ ପଛରେ ଏକାଧିକ ବିରୋଧୀ ଦଳଙ୍କ ସମର୍ଥନ ରହିଛି । ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ ।

ଯଶୱନ୍ତ ସିହ୍ନା ଜନତା ଦଳରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ୨୦୧୮, ଏପ୍ରିଲ ୨୧ରେ ବିଜେପିରୁ ଇସ୍ତଫା ଦେଇଥିଲେ । ୨୦୨୧ ମାର୍ଚ୍ଚ ୧୩ରେ ଟିଏମସିରେ ସାମିଲ ହୋଇଥିଲେ ।

ଯଶୱନ୍ତ ସିହ୍ନା

– ଯଶୱନ୍ତ କହିଲେ, ପୁଅ ବିଜେପିରେ ଥିବାରୁ ତାଙ୍କୁ ଭୋଟ୍ ଦେଇନପାରନ୍ତି
– ପୁଅଙ୍କ ସମର୍ଥନ ପାଉନଥିବାରୁ କୌଣସି ଧର୍ମ ସଙ୍କଟରେ ନଥିବା କହିଲେ ଯଶୱନ୍ତ
– ରାଷ୍ଟ୍ରପତି ନିର୍ବାଚନ କୌଣସି ବ୍ୟକ୍ତିଗତ ପ୍ରତିଯୋଗିତା ଠାରୁ ଉର୍ଦ୍ଧ୍ୱରେ
– ଦେଶର ସର୍ବୋଚ୍ଚ ପଦବୀରେ ସରକାରଙ୍କ ରବରଷ୍ଟାମ୍ପ ରହିବା ଅନୁଚିତ
– ବିଜେପିକୁ ବିରୋଧ କରୁଥିବାରୁ ବିରୋଧୀ ଦଳଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ
– ମୋଦୀ ବିରୋଧୀ ଭାବେ ଜଣାଶୁଣା ଯଶୱନ୍ତ, ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ
– ହଜାରିବାଗରୁ ବିଜେପି ସାଂସଦ ଥିବା ପୁଅ ଜୟନ୍ତ ସିହ୍ନା ବାପାଙ୍କୁ ଦେବେ ନାହିଁ ଭୋଟ୍

ଜୟନ୍ତ ସିହ୍ନା

– ବିଜେପିରୁ ଥିବାରୁ ବାପାଙ୍କୁ ସମର୍ଥନ କରିବେନି ପୁଅ
– ଜୟନ୍ତ କହିଲେ, ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ପାରିବାରିକ ପ୍ରସଙ୍ଗ ନକରନ୍ତୁ ବାପା
– ମୁଁ ମୋର ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ରହିଛି
– ସାମ୍ବିଧାନିକ କର୍ତ୍ତବ୍ୟକୁ ପୂରଣ କରିବି
– ଜୟନ୍ତ ସିହ୍ନା ବିଜେପିର କାର୍ଯ୍ୟକର୍ତ୍ତା ଏବଂ ହଜାରିବାଗର ସାଂସଦ

ନୀଳିମା ସିହ୍ନା

– ଯଶୱନ୍ତଙ୍କ ପ୍ରାର୍ଥିତ୍ୱକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପତ୍ନୀ ନୀଳିମା ସିହ୍ନା
– କହିଛନ୍ତି, ଭଲ ପ୍ରାର୍ଥୀ ଦେଇଛି ଏନଡିଏ
-ଯଶୱନ୍ତଙ୍କ ବିଜୟ ଆଶା କ୍ଷୀଣ