ଆଲିଆ-ରଣବୀର କପୁର ଦେଲେ ଖୁସି ଖବର । ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ଖାସ୍ ଫଟୋ

461

କନକ ବ୍ୟୁରୋ: ନିଜ ପ୍ରଶଂସକଙ୍କୁ ଗୁଡ୍ ନ୍ୟୁଜ୍ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ । ଇନଷ୍ଟାଗ୍ରାମ ପୋଷ୍ଟରେ ନିଜ ପ୍ରେଗନାନ୍ସି ଖବର ଦେବା ସହ ଫଟୋ ବି ସେୟାର କରିଛନ୍ତି । ଏହାପରେ ତାଙ୍କ ପାଖକୁ ଛୁଟୁଛି ଅଭିନନ୍ଦନର ସୁଅ ।

କପୁର ପରିବାରକୁ ଆସିବେ କୁନି ଅତିଥି । ଏନେଇ ଆଜି ଇନଷ୍ଟାଗ୍ରାମରେ ଖୁସି ଖବର ଦେଇଛନ୍ତି ଆଲିଆ । ଏହାପରେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏହାସହ ଇନଷ୍ଟାରେ ଆଲିଆ ଦୁଇଟି ସ୍ପେଶାଲ ଫଟୋ ମଧ୍ୟ ସେୟାର କରିଛନ୍ତି । ହସ୍ପିଟାଲ ବେଡରେ ତାଙ୍କ ସୋନୋଗ୍ରାଫି ହେଉଥିବାର ଫଟୋ ସେୟାର କରିଛନ୍ତି । ଏଥିରେ ସେ ବେଶ୍ ଖୁସି ନଜର ଆସୁଛନ୍ତି ।