ପୁଣି ବିବାଦରେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ, ହିନ୍ଦୁ ବିରୋଧୀ ବିଜ୍ଞାପନ କରିଥିବା ନେଇ ଆସିଲା ଅଭିଯୋଗ

123

କନକ ବ୍ୟୁରୋ : ପୁଣି ବିବାଦରେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍ । ବିଜ୍ଞାପନକୁ ବିବାଦରେ ଛନ୍ଦି ହୋଇଛନ୍ତି ଆମୀର । ଘରୋଇ ବ୍ୟାଙ୍କର ବିଜ୍ଞାପନରେ ଘର ଜ୍ୱାଇଁ ଭାବେ ନଜର ଆସିଥିଲେ ଆମିର । ବିଜ୍ଞାପନରେ ଆମୀର- କିଆରା ନବବିବାହିତ ଦମ୍ପତି ଭାବେ ନଜର ଆସିଛନ୍ତି । ବିବାହ ପରେ କନ୍ୟାଙ୍କ ଗୃହ ପ୍ରବେଶ ବଦଳରେ ଘର ଜ୍ୱାଇଁ ଭାବେ ଆମିର ଗୃହ ପ୍ରବେଶ କରୁଥିବା ବିଜ୍ଞାପନରେ ଦେଖିବାକୁ ମିଳିଛି । ବିଜ୍ଞାପନରେ ପରମ୍ପରାରେ ପରିବର୍ତନକୁ ବିରୋଧ ଦର୍ଶାଇ ଆମୀରଙ୍କୁ ବିରୋଧ କରାଯାଇଛି । ଏଭଳି ବିଜ୍ଞାପନ ଦ୍ୱାରା ସମାଜ ଉପରେ ଖରାପ ପ୍ରଭାବ ପଡୁଛି । ବିଜ୍ଞାପନକୁ ବିରୋଧ କରି ଅନେକ ଅଭିଯୋଗ ହେଉଛି । ଏହି କ୍ରମରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର ବିଜ୍ଞାପନକୁ ବିରୋଧ କରିଛନ୍ତି । ଏହା ହିନ୍ଦୁ ସଂସ୍କୃତି ବିରୋଧୀ । ତେଣୁ କୌଣସି ଧାର୍ମିକ ଭାବନାକୁ ଆଘାତ ନ ଦେବାକୁ ସେ ଆମୀର ଖାନ୍ ଙ୍କୁ ପରାମର୍ଶ ଦେଇଛନ୍ତି ।