ଜେଲରେ କେମିତି କଟୁଛି ଅର୍ଚ୍ଚନାଙ୍କ ଦିନ? ପଢନ୍ତୁ …

388

କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନାର ଠିକଣା ଏବେ ଝାଡପଡା ଜେଲର ମହିଳା ୱାର୍ଡ । ଯିଏ ଦିନେ ଆଲିସାନ ବଙ୍ଗଲରେ ରହି ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ ସିଏ ଏବେ ଜେଲର କାଳ କୋଠରୀ ଭିତରେ ଜେଲ ଚଟାଣରେ କମ୍ବଳ ପାରି ତଳେ ଶୋଇ ଦିନ କାଟୁଛନ୍ତି । ଆଉ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏତେ ସବୁ କାଣ୍ଡ କାରନାମା କରିସାରିବା ପରେ ବି ତାଙ୍କ ମୁହଁରେ ପଶ୍ଚାତାପର ଚିହ୍ନ ନାହିଁ । ଯିଏ ଦିନେ ବ୍ରେକ ଫାଷ୍ଟ ପାଇଁ ତାରକା ହୋଟେଲରକୁ ଯାଉଥିଲେ ଆଉ ଗୋଟିଏ ଅର୍ଡରରେ ଫାଇଭଷ୍ଟାରର ଲଞ୍ଚ ବକ୍ସ ଘରକୁ ଆସିଯାଉଥିଲା ସିଏ ଏବେ କଣ ଖାଉଛନ୍ତି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

ଜେଲରେ ଥିବା ଖାଦ୍ୟକୁ ଚୁପଚାପ ଖାଉଛନ୍ତି ଅର୍ଚ୍ଚନା ନାଗ । ଜଳଖିଆରେ ସକାଳୁ ସକାଳୁ ସବୁ କଏଦୀଙ୍କ ପାଇଁ ଜେଲରେ ପ୍ରସ୍ତୁତ ହୋଇଥିବା ଉପମା ଓ ମଟର ତରକାରୀ ଖାଇଛନ୍ତିା ଆଉ ଲଂଚରେ ଭାତ, ଡାଲି ଓ ଘାଣ୍ଟ ଖାଇଛନ୍ତି । ଆଉ ଏହି ସବୁ ଖାଇବା ବେଳେ ସେ ସ୍ୱାଭାବିକ ଜଣାପଡୁଛନ୍ତି । ଏବେ ସବୁ ଘଟଣା ପରେ ବି ତାଙ୍କ ହାବଭାବ ଦେଖିଲେ ଜଣାପଡୁଛି ସେ ଯେମିତି କିଛି କରିନାହାନ୍ତି ।

ଲଞ୍ଚକରିସାରିବା ପରେ ଚଟାଣରେ ଶୋଇରହି ଟିଭି ଦେଖୁଛନ୍ତି ଅର୍ଚ୍ଚନା । ଜେଲ ଭିତରେ ଥିବା ଅର୍ଚ୍ଚନା ବାହାର ଦୁନିଆରେ ତାଙ୍କୁୁ ନେଇ କଣ ଚର୍ଚ୍ଚା ଚାଲିଛି ସେ ସବୁର ଟିକିନିଖି ଖବର ରଖୁଛନ୍ତି । ଗୋଟିଏ ପରେ ଗୋଟି ନ୍ୟୁଜ ଚ୍ୟାନେଲକୁ ପରିବର୍ତନ କରି କରି ପ୍ରତି ନ୍ୟୁଜ ଦେଖୁଥିବା ଶୁଣିବାକୁ ମିଳିଛି । କୌଣସି ପ୍ରକାର ବୟାନ ଦେଉନାହାନ୍ତି ଓ ଚପୁଚାପ ରହୁଛନ୍ତି । ମଝିରେ ମଝିରେ ମୁରୁକି ହସ ଦେଉଛନ୍ତି । ଆଉ ନ୍ୟୁଜ ଦେଖିବା ପରେ ସାଥି କଏଦୀଙ୍କ ଆଡକୁ ମଧ୍ୟ ଟିକିଏ ଟିକିଏ ଚାହୁଁଛନ୍ତି ।

ନିଜ ନାଁରେ ପରିବେଷଣ ହେଉଥିବା ନ୍ୟୁଜକୁ ଦେଖି ଦେଖି ବିରକ୍ତ ହୋଇପଡୁଥିବା ଅର୍ଚ୍ଚନା ଏବେ ତାଙ୍କର ପ୍ରିୟ ଓଡିଆ ସିରିଏଲ ଦେଖିବା ଆରମ୍ଭ କରିଦେଇଛନ୍ତି । ଅର୍ଚନାଙ୍କ ଦିନଟି ଏଭଳି ନ୍ୟୁଜ ଓ ସିରିଏଲ ଦେଖିବାରେ କଟୁଛି । ଅର୍ଚ୍ଚନାଙ୍କ ନାଁରେ ୨ ହଜାର ଟଙ୍କାର ଜେଲ କ୍ୟାଣ୍ଟିନ ପାଇଁ ଟୋକେନ ଦିଆଯାଇଥିଲେ ବି ଟୋକନରୁ ବର୍ତମାନ ସୁଦ୍ଧା ଟଙ୍କାଟିଏ ବି ଖର୍ଚ୍ଚ କରିନାହାନ୍ତି ଅର୍ଚ୍ଚନା । ଏହି ସବୁକୁ ବାଦଦେଲେ ଅର୍ଚ୍ଚନା ଜଣେ ସାଥୀ ମହିଳା କଏଦୀଙ୍କ ସହ ବେଶ ସମୟ କାଟୁଥିବା ଶୁଣିବାକୁ ମିଳୁଛି । ୱାର୍ଡରେ କେବଳ ସେହି ମହିଳାଙ୍କ ସହ ଦୁଃଖସୁଃଖ ହେଉଛନ୍ତି ଅର୍ଚ୍ଚନା ନାଗ । ପୁଲିସ ବର୍ତମାନ ବରମୁଣ୍ଡା ଓ ନୟାପଲ୍ଲୀରେ ଦାୟର ହୋଇଥିବା ଏତଲା ଆଧାରରେ ଆଗକୁ ବଢିଛି ।