ଏମ୍ସରେ ପହଞ୍ଚିଲେ ବାଲେଶ୍ୱର ସାଂସଦ : ଗତକାଲି ଛାତିରେ ଯନ୍ତ୍ରଣା ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ହୋଇଥିଲେ ଭର୍ତ୍ତି

98

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସରେ ପହଞ୍ଚିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ନିମୋନିଆ ଜ୍ୱରରେ ଆକ୍ରାନ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ଆସିଛନ୍ତି । ବାଲେଶ୍ୱରରୁ ଜଣେ ଡାକ୍ତରଙ୍କ ସହ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର ଆଣାଯାଇଛି । ଭୁବନେଶ୍ୱର ଏମ୍ସ ପହଞ୍ଚିବା ପରେ ହ୍ୱିଲ ଚେୟାରର ବସାଇ ସାଂସଦଙ୍କୁ ଏମ୍ସ ହସ୍ପିଟାଲ ଭିତରକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଛି ।

ପ୍ରାୟ ଏକ ସପ୍ତାହ ଧରି ଜ୍ୱରରେ ପୀଡିତ ହେବା ପରେ ଗତକାଲି ଛାତିରେ ଯନ୍ତ୍ରଣା ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ସାଂସଦ । ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ ନିମୋନିଆ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା । ଆଜି ସକାଳେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ରେଫର କରିଥିଲେ ଡାକ୍ତର । ଏହାପରେ ଏକ ଆମ୍ବୁଲାନ୍ସ ଯୋଗେ ସାଂସଦ ଭୁବନେଶ୍ୱର ଏମ୍ସକୁ ଆସିଛନ୍ତି ।