ଚାଷୀଙ୍କ ଅଜବ ପ୍ରତିବାଦ । ନିଜକୁ ମୁଣ୍ଡଯାଏଁ ପୋତିଦେଲେ

122

କନକ ବ୍ୟୁରୋ:ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ଜଣେ ଚାଷୀ ଅଭିନବ ଉପାୟରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଜମିର ପଟ୍ଟା ପାଇବାକୁ ଚାଷୀ ସୁନୀଲ ଯାଧବ ନିଜକୁ ମାଟିରେ ମୁଣ୍ଡ ଯାଏଁ ପୋତି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତାଙ୍କ ଦାବୀ ପୂରଣ ନହେବା ଯାଏଁ ସେ ଗାତରୁ ବାହାରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନା ମୁତାବକ, ୨୦୧୯ ମସିହାରେ କର୍ମବୀର ଦାଦାସାହେବ ଗାୟକୱାଡ ସବଲୀକରଣ ସ୍ୱାଭିମାନ ଯୋଜନା ଅଧିନରେ ସୁନୀଲଙ୍କ ମା’ ଓ ମାଉସୀଙ୍କୁ ୧ ହେକ୍ଟରରୁ ଅଧିକ ମିଳିଥିଲା । ହେଲେ ଏଯାଏଁ ଏହାର ପଟାପାଉତି ମିଳିପାରିନାହିଁ । ଏନେଇ ସୁନୀଲ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ତହସିଲ ଅଫସକୁ ବାରମ୍ବାର ଦୌଡୁଥିଲେ ବି କେହି କିଛି ଶୁଣିବାକୁ ନାରାଜ । ଫଳରେ ବାଧ୍ୟ ହୋଇ ନିଜକୁ ଗାତରେ ପୋତି ନିଜର ଦାବୀ ଜଣାଇଛନ୍ତି ଚାଷୀ ସୁନୀଲ ଯାଧବ ।