ହିଟ ଆଣ୍ଡ ରନ୍ ମାମଲା, ତେଜିଲା ରାଜନୀତି : ଅଭିଯୁକ୍ତଙ୍କ ଭିତରେ ଜଣେ ବିଜେପି ସଦସ୍ୟ; ଦିଲ୍ଲୀ ପୋଲିସ ସୁରକ୍ଷା ଦେଉଥିବା କହିଲା ଆପ୍

161

କନକ ବ୍ୟୁରୋ : ଦିଲ୍ଲୀ ହିଟ ଆଣ୍ଡ ରନ୍ ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି । ପୁଲିସ ଅପରାଧୀଙ୍କ ନାଁ ଜାରି କରିଛି । ଏମାନଙ୍କ ନାଁ ହେଉଛି ମନୋଜ ମିତଲ, ଯିଏକି ଜଣେ ବିଜେପି ସଦସ୍ୟ ବୋଲି ଜଣାପଡିଛି । ସେହିପରି ଦୀପକ ଖନ୍ନା ହେଉଛି ଜଣେ ଡ୍ରାଇଭର, ଅମିତ ଖନ୍ନା ଜଣେ ବ୍ୟାଙ୍କ କର୍ମଚାରୀ, କ୍ରିଷ୍ଣା ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ. ମିଥୁନ ହେଊଛି ହେୟାର ଡ୍ରେସର ।

ଆମ ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ ଏକ ଫଟୋ ଟୁଇଟ କରିଛନ୍ତି । ଯେଉଁଥିରେ ମନୋଜ ମିତଲଙ୍କ ଫଟୋ ବିଜେପି ହୋଡିଙ୍ଗସରେ ଦେଖିବାକୁ ମିଳିଛି । ସେପଟେ ପୁଲିସ କହିଛି ଏହି ସମସ୍ତ ଅପରାଧୀ ହେଉଛନ୍ତି ସୁଲତାନପୁରୀ ଅଞ୍ଚଳର । ଆଇପିସି ଧାରା ୨୯୭ ଅନୁଯାୟୀ ଅପରାଧିକ ଷଡଯନ୍ତ୍ରରେ ମାମଲା ରୁଜୁ ହୋଇଛି ।