ବାଲେଶ୍ୱର ବସ୍ତାର ଦୁଇଟି ମନ୍ଦିରରୁ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟ୍। ବିଳମ୍ବିତ ରାତିରେ କଳାକନା ବୁଲାଇଲେ ଦୁର୍ବୃତ୍ତ।

47

କନକ ବ୍ୟୁରୋ: ମାତିଛନ୍ତି ଲୁଟେରା, ବାଦ୍ ପଡ଼ୁନି ମଠମନ୍ଦିର । ରାତି ଅଧରରେ ଲୁଟି ନେଉଛନ୍ତି ମନ୍ଦିର ଟଙ୍କା ସୁନା । ବାଲେଶ୍ୱର ବସ୍ତା ଦରଡ଼ାରେ ଥିବା ଉମା ମହେଶ୍ୱର ମନ୍ଦିର ଓ କୁଣ୍ଡେଇରେ ଥିବା ଜଗନ୍ନାଥ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଲୁଟପାଟ୍ ହୋଇଛି । ଦୁର୍ବୃତ୍ତ ମନ୍ଦିର ଭିତରେ ପଶି କଳାକନା ବୁଲାଇଛନ୍ତି । ମନ୍ଦିରରୁ ଲୁଟ୍ ହୋଇଥିବା ସମ୍ପତିର ମୂଲ୍ୟ ୩ଲକ୍ଷରୁ ଅଧିକ ହେବ । ମନ୍ଦିରୁ ଚୋରି ନେଇ ପୁଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।

ଘଟଣାରେ ଜଣକୁ ଅଟକ ରଖି ପୁଲିସ ପଚରାଉଚୁରା ଜାରି ରଖିଛି । ବାରମ୍ବାର ଏହି ସ୍ଥାନରେ ମନ୍ଦିର ଗୁଡିକରେ ଚୋରି ହେବାରେ ଲାଗିଛି । ହେଲେ ପୁଲିସ ଏପର୍ଯ୍ୟନ୍ତ ଲୁଟେରାର ସୁରାକ୍ ପାଇପାରୁନି । ଏନେଇ ପୁଲିସର ଏକ ଟିମ୍ ଗଢାଯାଇ ସ୍ୱତନ୍ତ୍ର ଭାବେ ପାଟ୍ରୋଲିଂ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।