ସହିଦଙ୍କ ପାଇଁ ‘ସହିଦ ସମ୍ମାନ ସମାରୋହ’ । ସମ୍ମାନିତ ହେଲେ ୧୩ ପରିବାର ସଦସ୍ୟ।

40

କନକ ବ୍ୟୁରୋ: ସମ୍ବର୍ଦ୍ଧିତ ହୋଇଛନ୍ତି ସହିଦ ପରିବାର । ରାଉରକେଲାରେ ଆୟୋଜିତ ହୋଇଛି ‘ସହିଦ ସମ୍ମାନ ସମାରୋହ ‘ । ଯେଉଁଥିରେ ୧୩ ସହିଦ ପରିବାରକୁ ସମ୍ମାନ୍ନିତ କରାଯାଇଛି । ସେନା ଓ ପୁଲିସବାହିନୀରେ କାର୍ଯ୍ୟରତ ଥାଇ ସହିଦ ହୋଇଥିବା ୧୩ ଜଣଙ୍କ ପରିବାରକୁ ମାନପତ୍ର ସହିତ ନଗଦ ଅର୍ଥ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ ସହିଦଙ୍କ ବଳିଦାନ୍ ସମ୍ପର୍କୀତ ଏକ ବୃତ୍ତ ଚିତ୍ର ପ୍ରଦର୍ଶିତ କରାଯାଇଥିଲା । ସହିଦଙ୍କୁ ସ୍ମରଣ କରି ସେମାନଙ୍କ ବଳିଦାନକୁ ସମ୍ମାନ ଦେଇ ଆୟୋଜିତ କରାଯାଇଥିଲା ଏହି ସମ୍ବର୍ଦ୍ଧନା ଉତ୍ସବ ।