ହିମାଚଳରୁ ବିରୋଧୀଙ୍କୁ ମୋଦୀଙ୍କ ଟାର୍ଗେଟ। ଭୋଟ ବ୍ୟାଙ୍କ ରାଜନୀତି ଦେଶକୁ କ୍ଷତିପହଞ୍ଚାଇଛି।

74

କନକ ବ୍ୟୁରୋ: ହିମାଚପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ  । ସିମଲା ପହଂଚି ଏକ ବଡ ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ । ସିମଲାରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ସମୟରେ ମୋଦୀ ମୋଦୀ ନାରାରେ ସାରା ଅଞ୍ଚଳ କମ୍ପିଲା ଉଠିଛି । ସିମଲା ବାସିନ୍ଦା ପ୍ରଧାନମନ୍ତ୍ରୀଙ୍କ କାର ଉପରକୁ ଫୁଲବର୍ଷା କରି ସ୍ୱାଗତ ଜଣାଇଥିଲେ । ସେପଟେ ହାତ ହଲାଇ ଜନତାଙ୍କ ଅଭିବାଦନ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ । ସିମଲାବାସୀଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ବିଜେପି ସରକାର ସଫଳତାର ୮ବର୍ଷ ପୂର୍ତ୍ତିକୁ ପାଳିନ କରିଛନ୍ତି । ଏଥିସହ ମଞ୍ଚ ଉପରୁ ବିରୋଧୀଙ୍କୁ ସିଧା ଟାର୍ଗେଟ କରିଛନ୍ତି ମୋଦୀ ।

ମୋଦୀ  କହିଛନ୍ତି, ବିଭିନ୍ନ ରାଜନୈତିକ ଦଳମାନଙ୍କ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଦେଶର ବହୁ କ୍ଷତି ହୋଇଛି । ଆଉ ଏବେ ବିଜେପି ସରକାର ନୂଆ ଭାରତର ନିର୍ମାଣପଥରେ ଅଗ୍ରସର ହେଉଛି । ସବୁବର୍ଗର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା, ଦୁର୍ନୀତିମୁକ୍ତ ଶାସନ, ଦେଶବାସୀ ତଥା ଚାଷୀଙ୍କ କଲ୍ୟାଣକାରୀ  ପଦକ୍ଷେପ ଗ୍ରହଣ କରି ବିଜେପି ସରକାର ଦେଶର ଛବିକୁ ସାରା ବିଶ୍ୱ ଦରବାରରେ ପରିବର୍ତ୍ତନ କରିବାରେ ସଫଳ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସିମଲାରେ ଆୟୋଜିତ ଗରିବ କଲ୍ୟାଣ ସମ୍ମିଳନୀରେ ସାମିଲ ହୋଇ ଚାଷୀଙ୍କୁ ବଡ ଭେଟି ଦେଇଛନ୍ତି ମୋଦୀ । ପିଏମ କିଶାନ ସମ୍ମାନ ନିଧିର ଏକାଦଶ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କିସ୍ତି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦିଆଯାଇଛି । କେନ୍ଦ୍ର ସରକାର ଏହି କିସ୍ତି ବାବଦରେ ମୋଟ ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି  ା ଦେଶର ୧୧କୋଟି ୭୮ ଲକ୍ଷ ଚାଷୀଙ୍କ ଖାତାକୁ ବର୍ତମାନ ସୁଦ୍ଧା ୮୨ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ୧୬କେନ୍ଦ୍ରୀୟ ଯୋଜନା ହିତାଧିକାରୀ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।