ଓଡିଶାରେ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରେ ସ୍ୱାଗତ କଲେ ନବୀନ, ଆକାଶମାର୍ଗରୁ ବାତ୍ୟାସ୍ଥଳକୁ ନୀରିକ୍ଷଣ କରିବେ ମୋଦି ।

1,121

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସିଛନ୍ତି । ବର୍ତ୍ତମାନ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସାରିଲେଣି ପ୍ରଧାନମନ୍ତ୍ରୀ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱର ଓ ପୁରୀକୁ ଆକାଶମାର୍ଗରୁ ଦେଖିବେ ମୋଦି । ସାମୁଦ୍ରିକ ଝଡ ଫୋନି ଦ୍ୱାରା ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଓ ଭୁବନେଶ୍ୱରକୁ ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ନୀରିକ୍ଷଣ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଣୀ ଲାଲ, ମୁଖ୍ୟ ଶାସନ ସଚିବ ପ୍ରମୁଖ ଏୟାରପୋର୍ଟରେ ତାଙ୍କୁ ସ୍ୱାଗତ କରିଥିଲେ ।

ତେବେ ଆକାଶମାର୍ଗରୁ ଅନୁଧ୍ୟାନ କଲା ପରେ ବିମାନବନ୍ଦରରେ ପହଞ୍ଚି ପ୍ରାୟ ଏକ ଘଣ୍ଟା କ୍ଷୟକ୍ଷତି ଓ ପୁନରୁଦ୍ଧାରର ସମୀକ୍ଷା କରିବେ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପାଇଁ ସ୍ୱତନ୍ତ୍ର ଭାବେ ଆୟୋଜନ କରାଯାଇଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି ।