ମୋବାଇଲ ବ୍ୟବହାର ଓ ମେଦବହୁଳତା ବଢାଉଛି ବିବାଦ। ହୃଦଘାତରେ ଯାଉଛି ଯୁବପିଢିଙ୍କ ଜୀବନ!

821

କନକ ବ୍ୟୁରୋ: ଦିନକୁ ଦିନ ବଢୁଛି ଇଣ୍ଟରନେଟ ଓ ମୋବାଇଲର ଚାହିଦା,ବିଭିନ୍ନ ପ୍ରଯୁକ୍ତି ବିଦ୍ୟା ବଳରେ ସହଜ ହେଉଛି କାମ । ଆଜିର ସମୟରେ କିଛି କାମ କରିବାକୁ ହେଲେ ତାହା ମୋବାଇଲ ମାଧ୍ୟମରେ ଆରାମରେ କରିହେଉଛିି । ଶାରୀରିକ ପରିଶ୍ରମ କମ ହେଉଛି । ଏହା ସହ ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ ଅର୍ଥାତ ଫାଷ୍ଟ ଫୁଡ, ଜଙ୍କ ଫୁଡ ସହ ଅତ୍ୟାଧିକ ଚିନ୍ତା ହୃଦଘାତର ଅନ୍ୟ ଏକ କାରଣ ପାଲଟିଛି । ପୁର୍ବରୁ ୪୦ ରୁ ୫୦ ବର୍ଷିୟ ଲୋକଙ୍କୁ ଅଧିକ ହୃଦଘାତ ହେଉଥିବା ବେଳେ ଏହା ଏବେ ୩୦ ରୁ ୪୦ ବର୍ଷିୟ ଲୋକଙ୍କୁ ବେଶି ଆକ୍ରାନ୍ତ କରୁଛି ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

ଏବେ ନଜର ପକାନ୍ତୁ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ଭାରତରେ ଗତ କିଛି ବର୍ଷରେ ହୃଦଘାତରେ ମୃତ୍ୟୁ ହୋଇଥିବା ଏହି ତଥ୍ୟ ଉପରେ
ବର୍ଷ – ୨୦୨୧ : ମୃତ୍ୟୁ : ୨୮୪୪୯
ଯୁବକ-୨ ହଜାର ୫୪୧ ( ୧୮ରୁ ୩୦)
ବର୍ଷ – ୨୦୨୦ : ମୃତ୍ୟ: ୨୮୬୮୦ ମୃତ୍ୟୁ
ଯୁବକ-୨୬୯୫ ( ୧୮ରୁ ୩୦)
ବର୍ଷ – ୨୦୧୯ : ମୃତ୍ୟୁ: ୨୮୦୦୫
ଯୁବକ-୭୭୫୨ ( ୧୮ରୁ ୩୦)
ବର୍ଷ – ୨୦୧୮: ମୃତ୍ୟୁ: ୨୫୭୬୬ ମୃତ୍ୟୁ
ଯୁବକ-୭୩୧୨ ( ୧୮ରୁ ୩୦)
ବର୍ଷ – ୨୦୧୭ : ମୃତ୍ୟୁ: ୨୩୨୪୬
ଯୁବକ-୨୬୬୭ ( ୧୮ରୁ ୩୦)
ଗତ ପାଞ୍ଚ ବର୍ଷର ହୃଦଘାତ ତଥ୍ୟକୁ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ଯେ ଦେଶରେ ବଢିବାରେ ଲାଗିଛି ହୃଦଘାତ ଜନିତ ମୃତ୍ୟୁ । ଆଉ ଯୁବପୀଢି ବି ଏହାର ଶିକାର ହେଉଛନ୍ତି ।

ଯୁବ ବର୍ଗ ଶାରୀରିକ ପରିଶ୍ରମ ସହ ହେଲ୍ଦି ଡାଏଟ ଏବଂ ମଦ୍ୟପାନ ଓ ଧୁମ୍ରପାନ ଆଦି ବନ୍ଦ କରିବା ଦରକାର । ତେବେ ଯାଇ ହୃଦଘାତଜନିତ ସମସ୍ୟାରୁ ସୁରକ୍ଷା ମିଳିପାରିବ ।