ଆସନ୍ତାକାଲିଠାରୁ ରୁଟ୍-୧୧ରେ ଗଡିବ ‘ମୋ ବସ’ । ନନ୍ଦନବିହାରଠାରୁ ଭୁବନେଶ୍ୱର ରେଳ ଷ୍ଟେସନ ଯାଏଁ ଚାଲିବ ।

111

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ରୁଟ୍-୧୧ରେ ଗଡିବ ‘ମୋ ବସ’ । ନନ୍ଦନବିହାରଠାରୁ ଭୁବନେଶ୍ୱର ରେଳ ଷ୍ଟେସନ ଯାଏଁ ଚାଲିବ ‘ମୋ ବସ’ । ମାଷ୍ଟର କ୍ୟାଣ୍ଟିନଠାରୁ ବାଳକାଟି ଯାଏଁ ନୂଆ ରୁଟ ୩୪ ସଂଯୋଗ କରିବ । ଏହାସହ ‘ମୋ ବସ’ରେ ବିନା ମାସ୍କରେ ଯାତାୟାତ କରିବେନି ଯାତ୍ରୀ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି କ୍ରୁଟ ।

କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଡିସେମ୍ବର ୧ ତାରିଖରୁ ମୋ ବସ ଚଳାଚଳ ଆରମ୍ଭ ହୋଇଥିଲା । ବାକି ଥିବା କିଛି ରୁଟକୁ ଧିରେ ଧିରେ ବସ ଚଳାଚଳ ଆରମ୍ଭ କରିଛି କ୍ରୁଟ ।