ମନ୍ତ୍ରୀ ପଦ ଯିବା ପରେ ଭରା ସଭାରେ କାନ୍ଦିଲେ ବିଧାୟକ : ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି କହିଲେ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

459

କନକ ବ୍ୟୁରୋ : ଭରା ସଭାରେ ବିଧାୟକ କହିଲେ ମନର କଥା । ଆଉ ଜନତା ଜନାର୍ଦ୍ଦନଙ୍କ ଆଗରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ । ପୋଲସରାର ବିଜେଡି ବିଧାୟକ ନିକଟରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ ଗତକାଲି ବୁଗୁଡା ବ୍ଲକ ଗୋଲିଆରେ ଏକ ସମାବେଶ କରିଥିଲେ ।

ନିକଟରେ ଦଳୀୟ ନେତ୍ରୀ ବିଧାୟକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ସେ ବିବାଦରେ ଥିଲେ । ତେଣୁ ତାଙ୍କ ପଦ ହରାଇବାକୁ ପଡିଛି ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ସଭାରେ ବିଧାୟକ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସମୟ ଆସିଲେ ସବୁ ସତ ସାମ୍ନାକୁ ଆସିବ ବୋଲି ବିଧାୟକ କହିଛନ୍ତି ।