କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ପାରିତ । ‘ମୋ ଘର’ ଯୋଜନାରେ ବାଜିଲା ମୋହର ।

5,149

କନକ ବ୍ୟୁରୋ : କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏହାସହ ‘ମୋ ଘର’ ଯୋଜନାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । ମୋ ଘର ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ସହାୟତା ଦେବେ ସରକାର । ସେହିଭଳି ୨ଟି ଫିଲ୍ମକୁ କରମୁକ୍ତ ହୋଇଛି । ଡେଲିଭରୀ ବୟ ଓ ଜ୍ୱିଗାଟୋକୁ କରମୁକ୍ତ କରାଯାଇଛି ।

ଆଜି ନବୀନଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରା ହୋଇଛି । ଆଉ ଏହି କ୍ରମରେ କ୍ୟାବିନେଟରେ ମୋ ଘର ଯୋଜନାକୁ ଅନୁମୋଦନ ମିଳିଛି । ଏହାସହ ଓଡ଼ିଶାବାସୀଙ୍କୁ ମୋ ଘର ଯୋଜନା ଭଳି ବଡ ଭେଟି ଦେଇଛନ୍ତି ରାଜ୍ୟ ସରକାର ।