କରୋନା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ : ଓଡିଶା ସମେତ ୫ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଜି କରିବେ ଆଲୋଚନା

90

କନକ ବ୍ୟୁରୋ : ପୂର୍ବୋତର ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଆଜି ଅପରାହ୍ନରେ ଭର୍ଚୁଆଲ ବୈଠକ କରି ଓଡିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର, ଛତିଶଗଡର କରୋନା ସଂକ୍ରମଣ ସଂପର୍କରେ ପଚାରି ବୁଝିବେ । ଅପରାହ୍ନ ୩ଟାରେ ହେବାକୁ ଥିବା ଏହି ବୈଠକରେ ୫ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହେବେ ।

ଓମିକ୍ରନ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି । କେଉଁ ଅଂଚଳରେ ସଂକ୍ରମଣ ହାର କେତେ ରହିଛି । କରୋନା ଗାଇଡଲାଇନ୍ କଡା କଡି ପାଳନ କରାଯାଉଛି ନା ନାହିଁ । ତାହା ପଚାରି ବୁଝିବେ । ଏଥିସହ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଉ କଣ ପଦକ୍ଷେପ ନେବା ଜରୁରୀ ସେ ସଂପର୍କରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ । ଗତକାଲି ଦକ୍ଷିଣାଂଚଳର ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟେଷ୍ଟି-ଟ୍ରାକ- ଟ୍ରିଏଟମେଂଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ।