କରୋନା : ଦିଲ୍ଲୀ, ମହାରାଷ୍ଟ୍ରରେ କମିଲା; କେରଳରେ ବଢିଲା ଦୈନିକ ସଂକ୍ରମଣ

80

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀ କରୋନା ସଂକ୍ରମଣ କମୁଥିବା ବେଳେ କେରଳରେ ଦୈନିକ ସଂକ୍ରମଣ ଗୋଟିଏ ଦିନ କମିବା ପରେ ପୁଣି ବଢିବାରେ ଲାଗିଛି । ଦିଲ୍ଲୀରେ ୨୪ ଘଂଟାରେ ୪ ହଜାର ୪୪ ଜଣ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ସଂକ୍ରମଣ ହାର ୮ ଦଶମିକ ୬୦ ପ୍ରତିଶତ ରହିଛି । ସେପଟେ କେରଳରେ ୨୪ ଘଂଟାରେ ୫୪ ହଜାର ୫୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବୁଧବାର ୫୧ ହଜାର ୭୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ମଙ୍ଗଳବାର ସର୍ବାଧିକ ଦିନକରେ ୫୫ ହଜାର ୪୫୭ ନୂଆ ମାମଲା ଆସିଥିଲା । ସେପଟେ ମହାରାଷ୍ଟ୍ରରେ ୨୪ ହଜାର ୯୪୮ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୧୦ ଜଣ ଓମିକ୍ରନ ଆକ୍ରାନ୍ତ ବୋଲି ଜଣାପଡିଛି । ସେପଟେ କର୍ଣ୍ଣାଟକରେ ଦିନକରେ ୩୧ ହଜାର ୧୯୮ ମାମଲା ଚିହ୍ନଟ ହୋଇଛି ।