ବିଜେପିରେ ସାମିଲ ହେଲେ ମଣିପୁର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦଦାସ କନ୍ଥୋଜମ, ବିଷ୍ରୁପୁର ଆସନରୁ ୬ ଥର ହୋଇଥିଲେ ବିଧାୟକ

101

କନକ ବ୍ୟୁରୋ : ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ଓ ଅନ୍ୟ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଦଳର ଦୁର୍ଗ ମଜବୁତ କରିବାରେ ଲାଗିଛି । ଗତ କିଛିମାସ ମଧ୍ୟରେ ଅନ୍ୟଦଳରୁ କିଛି ବରିଷ୍ଠ ନେତା ବିଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି  । ଏହି କ୍ରମରେ ଆଜି ମଣିପୁର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦଦାସ କନ୍ଥୋଜମ ବିଜେପିରେ ସାମିଲ ହୋଇଛନ୍ତି ।

କହିରଖୁ କି ଗତବର୍ଷ ଡିସେମ୍ବର ମାସରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୋବିନ୍ଦଦାସଙ୍କୁ ମଣିପୁର ବିଜେପିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ଆସନ୍ତାବର୍ଷ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଗୋବିନ୍ଦଦାସଙ୍କ ଦଳ ଛାଡିବା କଂଗ୍ରେସ ପାଇଁ ମହଙ୍ଗା ପଡିପାରେ ।

ଆଜି ଗୋବିନ୍ଦ ଦାସ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିିତିରେ ବିଜେପିରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନସିଂ ତାଙ୍କୁ ଅଧିକାରୀକ ସ୍ତରରେ ବିଜେପିରେ ସାମିଲ କରାଇଛନ୍ତି । ଅନ୍ୟପଟେ ଶୁକ୍ରବାର ଦିନ ଆସାମର କଂଗ୍ରେସ ବିଧାୟକ ସୁଶାନ୍ତ ବେରଗେହେନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ବି ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି ।

ଗୋଟେପଟେ ଦେଶରେ ବିଜେପି ବିରୋଧରେ ବିଭିନ୍ନ ରାଜନୈତିକ ଦଳମାନେ ଏକାଠି ହେଉଥିବା ଖବର ଆସୁଛି ତ ଅନ୍ୟପଟେ ବିରୋଧୀ ମେଣ୍ଟ ମଙ୍ଗ ଧରିବାକୁ କଂଗ୍ରେସ ଆଗକୁ ଆସୁଥିବା ବେଳେ ନିଜ ଦଳର ଏଭଳି ସ୍ଥିତି ପାଇଁ ଚିନ୍ତାରେ ପଡିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ