ରାସ୍ତାରେ ହାତୀଙ୍କ  ଉପଦ୍ରବ  । ହାତୀବରୀ ଅଞ୍ଚଳରେ ଘରଦ୍ୱାର ଭାଙ୍ଗିବା ସହ କରୁଛନ୍ତି ବ୍ୟାପକ ଫସଲ ନଷ୍ଟ ।

127

କନକ ବ୍ୟୁରୋ : ସୁନ୍ଦରଗଡ଼ ହାତୀବରୀ ଅଂଚଳରେ ବଣୁଆ ହାତୀଙ୍କ ଉପଦ୍ରବ । କିଛି ଦିନ ହେଲା ହାତୀବରୀ ଅଂଚଳରେ ୧୬ଟି ହାତୀ ପଲ ଆସି ଘର ଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ସେହିପରି ବିରମିତ୍ରପୁର-ହାତୀବରୀ ରାସ୍ତାର ଓହ୍ଲାଣୀ ଠାରେ ରାସ୍ତା ଉପରେ ଦନ୍ତା ହାତୀ ତୁମୁଳକାଣ୍ଡ ଘଟାଉଛନ୍ତି ।

ରାସ୍ତାରେ ଯାଉଥିବା ଲୋକଙ୍କୁ ହାତୀ ପଲ ଗୋଡ଼ାଉ ଥିବାର ଦେଖିବାକୁ ମିଳିଛି  । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଦେଖାଦେଇଛି । ଅନ୍ୟପଟେ ହାତୀ ଘଉଡାଇବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ବନ ବିଭାଗ ବିଫଳ ହୋଇଛି । ଅନ୍ୟପଟେ ପୋଖରୀ ଭିତରେ ଦୁଇଟି ହାତୀ  ପାଣି ପିଇବାକୁ ଯାଇ ଫସିଯାଇଥିବା ବେଳେ ପୋଖରୀରୁ ବାହାରି ଏବେ ଉତପାତ ମଚାଉଛନ୍ତି ହାତୀପଲ ।