ଓଏସଏସସି ପରୀକ୍ଷାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେ ପରୀକ୍ଷାର୍ଥୀ । ପ୍ରତିବାଦ ଜଣାଇଲେ ପରୀକ୍ଷାର୍ଥୀ । 

259

କନକ ବ୍ୟୁରୋ : ଓଏସଏସସି ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଗିରଫ ପରେ ଓଡ଼ିଶା ଷ୍ଟାଫ ସିଲେକ୍ସନ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେ ପରୀକ୍ଷାର୍ଥୀ । ଆସିଷ୍ଟାଣ୍ଡ କମରସିଆଲ ଟ୍ୟାକ୍ସେସ ଅଫିସର ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ପ୍ରଶ୍ନ ଉଠାଇଛନ୍ତି । ସେମାନେ କେତେ ନମ୍ବର ରଖିଛନ୍ତି, ତାର ପେପର ଦେବାକୁ ଦାବି କରିଛନ୍ତି  । ଅସାଧୁ ଉପାୟରେ ଚାକିରି କରିଥିବା ପିଲାଙ୍କ ଚାକିରୀ ବାତିଲ କରାଯିବା ସହ ଏହାର ତଦନ୍ତ ପାଇଁ ଦାବି ହୋଇଛି  । ଏହାର ପ୍ରତିବାଦରେ ପିଲାମାନେ ଏମଏଲଏ ପାର୍କରେ ଖରାରେ ବସି ପାଠ ପଢି ପ୍ରତିବାଦ ଜଣାଇଛନ୍ତି  ।

୨୦୧୬ରେ ଆସିଷ୍ଟାଣ୍ଡ କମରସିଆଲ ଟ୍ୟାକ୍ସେସ ଅଫିସର ପାଇଁ ୧୧୫ଟି ପୋଷ୍ଟ ବାହାରିଥିଲା  । ୬୦ ହଜାରରୁ ଅଧିକ ପିଲା ଆବେଦନ କରିଥିବା ବେଳେ ୫୧୩ ଜଣ ମେନ୍ ପରୀକ୍ଷା ପାଇଁ ଚୟନ ହୋଇଥିଲେ  । ଏଥିିରେ ବିଶ୍ୱନାଥ ପଣ୍ଡା ନାମକ ଛାତ୍ର ସିଲେକ୍ଟ ହୋଇଥିଲେ  । ହେଲେ ଟଙ୍କା ଦେଇନଥିବାରୁ ତାଙ୍କୁ ଚାକିରି ମିଳିନଥିଲା  । ଏପରି ଘଟଣା ଅନେକ ପିଲାଙ୍କ ସହ ଘଟିଥିବା ଅଭିଯୋଗ ହୋଇଛି ।