କୋରାପୁଟ : ସୁଙ୍କି ଘାଟିରେ ବଡଧରଣର ମାଓ ହମଲା, ୭ ଯବାନ ସହିଦ୍

30

IMG-20170201-WA0109କନକ ବ୍ୟୁରୋ : ବେଶ୍ କିଛି ଦିନର ନିରବତା ପରେ କୋରାପୁଟର ସୁଙ୍କି ଘାଟିରେ ଭୟଙ୍କର ଆକ୍ରମଣ କରିଛନ୍ତି ମାଓବାଦୀ । ପୋଲିସର ଏକ ଗାଡି ୧୩ ଜଣ ଯବାନଙ୍କୁ ନେଇ ଯାଉଥିବା ବେଳେ ଲାଣ୍ଡମାଇନ ବିସ୍ଫୋରଣ କରି ଏହି ଆକ୍ରମଣ କରାଯାଇଛି । ଏକ କଲଭର୍ଟ ଉପରେ ଏହି ଗାଡି ଯାଉଥିବା ବେଳେ କଲଭର୍ଟ ତଳୁ ବିସ୍ଫୋରଣ କରାଯାଇଥିଲା ।

ଫଳରେ ମିଳିଥିବା ସୂଚନା ଅନୁସାରେ ୭ ଜଣ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଆହତଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ତେବେ ଅନ୍ୟ ଜଣଙ୍କର ପତା ମିଳୁ ନଥିବା ସୂଚନା ମିଳିଛି ।

IMG-20170201-WA0117ଓଡିଶା- ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ପଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କି ଘାଟି ନିକଟସ୍ଥ ମୁଙ୍ଗରଭୂମି ନିକଟରେ ଏହି ଘଟଣା ଘଟିଛିି । ଦୀର୍ଘ ସମୟ ପରେ ସେଠାରେ ପୋଲିସ ପହଂଚି ଉଦ୍ଧାର କାମ ଆରମ୍ଭ କରିଛି । ଏହି ଯବାନମାନେ କଟକକୁ ପ୍ରଶିକ୍ଷଣ ନେବା ପାଇଁ ଆସୁଥିବା ବେଳେ ଏହି ଆକ୍ରମଣର ଶିକାର ହୋଇଛନ୍ତି ।

ଓଡିଶା- ଆନ୍ଧ୍ର ସୀମାନ୍ତ ଅଂଚଳରେ ଥିବା ଏହି ମାଓବାଦୀ ଅଧ୍ୟୁଷିତ ଅଂଚଳରେ ‘ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟି’ ସକ୍ରିୟ ରହିଛି । ଏହି ମାଓବାଦୀ ଗୋଷ୍ଠୀର  ମାଓନେତା ରାମକ୍ରିଷ୍ଣା ନେତୃତ୍ୱ ନିଅନ୍ତି । ୨ ମାସ ତଳେ ପଣସପୁଟ ଅଂଚଳରେ  ମାଓବାଦୀଙ୍କ ଉପରେ ଆନ୍ଧ୍ର ଗ୍ରେହାଉଣ୍ଡର ଏକ ବଡ ଧରଣ ଆକ୍ରମଣ ପରେ ଆଜି ସୁଙ୍କି ଘାଟିରେ ମାଓବାଦୀମାନେ ପ୍ରତିଶୋଧ ନେଇଥିବା କୁହାଯାଉଛି । .