ଦିନେ ପିଲାଙ୍କୁ ଶିଖାଉଥିଲେ ଟେଲରିଂ କାମ । ଏବେ ରାଧେ ମା’ଭାବେ ସାରା ଦେଶରେ ଚର୍ଚ୍ଚିତ । ଜାଣନ୍ତୁ ରାଧେ ମାଙ୍କ ପୂରା କାହାଣୀ

542

କନକ ବ୍ୟୁରୋ : ଦେବୀ ଦୁର୍ଗାଙ୍କ ଅବତାର କହୁଥିବା ରାଧେ ମା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ବିବାଦୀୟ ମନ୍ତବ୍ୟ ହେଉ ବା ବିଗ ବସ ସିଜିନ ୧୪ । ବିଗବସରେ ସବୁଠାରୁ ଅଧିକ ଟଙ୍କା ନେଇଥିବାବେଳେ ଏଥିରେ ନଜର ଆସି ଅନେକ ଲୋକପ୍ରିୟତା ମଧ୍ୟ ହାତେଇଥିଲେ । ରାଧେ ମାଙ୍କ ପ୍ରକୃତ ନାମ ହେଉଛି ସୁଖବିନ୍ଦର କୌର । ତେବେ ଆସନ୍ତୁ ଜାଣିବା ଟେଲରିଂ କାମ କରୁଥିବା ସୁଖବିନ୍ଦର କେମିତି ବନିଲେ ରାଧେ ମା ।

ପଞ୍ଜାବର ଗୁରୁଦାସପୁର ଜିଲ୍ଲାରେ ସୁଖବିନ୍ଦରଙ୍କ ଜନ୍ମ । ପାଠ ପଢ଼ା ଯଦି କହିବା ତାହେଲେ ସେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ପିଲାଟି ଦିନରୁ ଦୁଃଖ କଷ୍ଟରେ ମଧ୍ୟ ବଢ଼ିଥିବା କୁହାଯାଏ । ମାତ୍ର ୧୭ ବର୍ଷ ବୟସରେ ପଞ୍ଜାବର ମୋହନ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ସ୍ୱାମୀ ମିଠା ଦୋକାନରେ କାମ କରୁଥିବାବେଳେ ସୁଖବିନ୍ଦର ସିଲେଇ କାମ କରି ଘର ଚଳାଇବାରେ ସହଯୋଗ କରୁଥିଲେ ।

କୁହାଯାଏ ସୁଖବିନ୍ଦର ଏକଦା ମହନ୍ତ ଶ୍ରୀ ରାମଦ୍ଦିନ ଦାସଙ୍କ ସହ ଭେଟ ହୋଇଥିଲେ । ଆଉ ରାମଦିନଙ୍କଠାରୁ ଦିକ୍ଷା ଗ୍ରହଣ କରିଥିଲେ ସୁଖବିନ୍ଦର । ମହନ୍ତ ଶ୍ରୀ ରାମଦିନ ତାଙ୍କୁ ରାମେ ମା ଭାବେ ଉପାଧି ପ୍ରଦାନ କରିଥିଲେ ।

ଏହାପରେ ସୁଖବିନ୍ଦର କୌରରୁ ରାଧେ ମା ବନି ଯାଇଥିଲେ ସେ । ନାଁଠାରୁ ଆରମ୍ଭ କରି ପୋଷାକ ସବୁକିଛି ବଦଳି ଯାଇଥିଲା । ଏହାପରେ ଲୋକମାନେ ତାଙ୍କୁ ରାଧେ ମା ଭାବେ ମଧ୍ୟ ଚିହ୍ନିଥିଲେ   । ଯେତେବେଳେ ସେ ନିଜକୁ ଆତ୍ମଘୋଷିତ ଭଗବାନ ବା ଦେବୀ ଦୁର୍ଗାଙ୍କ ଅବତାର ବୋଲି କହିଥିଲେ ଲୋକେ ତାଙ୍କ ପାଖକୁ ଯିବା ଆରମ୍ଭ କରିଥିଲେ । ଏପରିକି ଅନେକ ଭକ୍ତ ତାଙ୍କୁ ବିଶ୍ୱାସ କରିବା ମଧ୍ୟ ଆରମ୍ଭ କରିଥିଲେ । ପରେ ପରେ ସେ ଚର୍ଚ୍ଚାରେ ମଧ୍ୟ ରହିଥିଲେ ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେବଳ ସାଧାରଣ ଜନତା ନୁହେଁ ଅନେକ ସିନେ ତାରକା ଏବଂ ସେଲିବ୍ରେଟିମାନେ ମଧ୍ୟ ତାଙ୍କ ନିକଟକୁ ଯାଇଥିବା ଦେଖିବାକୁ ମିଳିଛି । ଯେପରିକି ମନୋଜ ତିୱାରୀ, ରବି କିଶନ, ମନୋଜ ବାଜପେୟୀ, ଡଲି ବିନ୍ଦ୍ରେ ଏବଂ ଗଜେନ୍ଦ୍ର ଚୌହ୍ୱାନଙ୍କ ଭଳି ସେଲିବ୍ରେଟିଙ୍କ ନାମ ଅନ୍ତର୍ଭୁକ୍ତ ରହିଛି ।

ଅନ୍ୟପଟେ ଯଦି କହିବା ତାହେଲେ ମୁମ୍ବାଇରେ ରାଧେ ମାଙ୍କ ନାମରେ ଏକ ଆଶ୍ରମ ଏବଂ ଏକ ମନ୍ଦିର ମଧ୍ୟ ରହିଛି । ଏଠାରେ ପ୍ରାୟତଃ ରାଧ ମାଙ୍କ ଚୌକି, ଜାଗରଣ ଏବଂ ସତସଙ୍ଗ ଆୟୋଜନ କରାଯାଇଥାଏ । ଯେଉଁଠାରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଥାଏ । ତେବେ ରାଧେ ମାଙ୍କ ଉପରେ ଅନେକ ଭକ୍ତଙ୍କ ବିଶ୍ୱାସ ରହିଥିବାବେଳେ କିଛି ଲୋକ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।