ରାଣୀଙ୍କ ନାଁରେ ଚାଲିଛି ଖଲ୍ଲିକୋଟ୍ ନିର୍ବାଚନୀ ପ୍ରଚାର । ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ନାଁ ନେଇ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି ବିଜେଡି ଓ ବିଜେପି ପ୍ରାର୍ଥୀ

210

କନକ ବ୍ୟୁରୋ: ନିର୍ବାଚନ ପ୍ରଚାରରେ ସ୍ୱର୍ଗତ ରାଣୀଙ୍କୁ ନେଇ ରାଜନୀତି । ଗଞ୍ଜାମ ଖଲ୍ଲିକୋଟରେ ସ୍ୱର୍ଗତ ରାଣୀ ଭି ସୁଜ୍ଞାନ କୁମାରୀ ଦେଓଙ୍କ ନାଁକୁ ନେଇ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି-ବିଜେପି ପ୍ରାର୍ଥୀ । କାହା ସପକ୍ଷରେ ଯିବେ ରାଣୀଙ୍କ ସମର୍ଥକ, ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରାଣୀଙ୍କ ଗଡ । ଏଠି ସ୍ୱର୍ଗତ ରାଣୀ ଭି ସୁଜ୍ଞାନ କୁମାରୀ ଦେଓଙ୍କ ନିର୍ଦ୍ଧେଶ ବିନା ରାଜନୈତିକି ଗୋଟି ଗଡେନି । ଗତ ଫେବୃଆରୀ ମାସରେ ତାଙ୍କ ବିୟୋଗ ଖଲ୍ଲିକୋଟ ବିଜେଡିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ପ୍ରାର୍ଥୀ ଦୁହେଁ ରାଣୀଙ୍କ ଅନୁଗତ । ବିଜେପି ପ୍ରାର୍ଥ ପୂର୍ଣ୍ଣଚନ୍ଦ୍ର ସେଠୀ ରାଣୀଙ୍କ ନିର୍ଦ୍ଧେଶରେ ୨୦୦୯ ଓ ୨୦୧୪ରେ ବିଜେଡିରୁ ବିଧାୟକ ହୋଇଥିଲେ । ୨୦୧୯ରେ ରାଣୀ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ଥାନରେ ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ପ୍ରାର୍ଥୀ କରିଥିଲେ । ଏଥର ମଧ୍ୟ ବିଧାୟକ ସୂର୍ଯ୍ୟମଣୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ଚଳିତ ନିର୍ବାଚନରେ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ଦୁଇ ନେତା ରାଣୀଙ୍କ ଅନୁଗତ ହୋଇଥିବାରୁ ଖଲ୍ଲିକୋଟ ସ୍ଥିତି ଗୋଳମାଳିଆ ହୋଇଛି । ଏହାରି ଭିତରେ ଏମାନଙ୍କୁ ଟକ୍କର ଦେବାକୁ ଚିତ୍ରସେନ୍ ବେହେରାଙ୍କୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛି କଂଗ୍ରେସ ।

୨୦୧୯ ନିର୍ବାଚନ ଫଳାଫଳ

  • ବିଜେଡି-ବିଜେପି ମଧ୍ୟରେ ହୋଇଥିଲା ଲଢ଼େଇ
  • ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟ ବିଜୟୀ
  • ସୂର୍ଯ୍ୟମଣୀଙ୍କୁ ମିଳିଥିଲା ୮୬,୧୦୫ ଭୋଟ୍
  • ବିଜେପି ପ୍ରାର୍ଥୀ ଥିଲେ ଭାରତୀ ବେହେରା
  • ଭାରତୀଙ୍କ ସପକ୍ଷରେ ପଡ଼ିଥିଲା ୪୪,୫୬୦

ଖଲ୍ଲିକୋଟ୍ ରାଜନୀତିରେ ରାଣୀଙ୍କ ଦବଦବା

  • ୭ଥର ବିଧାୟକ ଥିଲେ ରାଣୀ ସ୍ୱର୍ଗତ ଭି ସୁଜ୍ଞାନ କୁମାରୀ ଦେଓ
  • ରାଣୀଙ୍କ ଦେହାନ୍ତ ପରେ ସମର୍ଥକଙ୍କ ଗତି କୁଆଡ଼େ?
  • ୨୪ ଲଢ଼େଇ ମଇଦାନରେ ରାଣୀଙ୍କ ୨ ଅନୁଗତ
  • ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ଓ ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟ ରାଣୀଙ୍କ ଅନୁଗତ
  • ୨୦୦୯ ଓ ୧୪ରେ ବିଜେଡିରୁ ବିଧାୟକ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର ସେଠୀ
  • ୨୦୧୯ରେ ପ୍ରାର୍ଥୀ ବଦଳାଇଥିଲେ ରାଣୀ
  • ପୂର୍ଣ୍ଣଚନ୍ଦ୍ରଙ୍କ ବଦଳରେ ସୂର୍ଯ୍ୟମଣୀଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି