ନମାଜକୁ ବିରୋଧ କରି କରୁଥିଲେ ପ୍ରଦର୍ଶନ । ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କୁ ଉଠାଇନେଲା ପୋଲିସ

206

କନକ ବ୍ୟୁରୋ : ନମାଜ ସମୟକୁ ବିରୋଧ କରି ପ୍ରଦର୍ଶନ କରୁଥିବା ବେଳେ ବେଙ୍ଗାଲୁରୁର ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କୁ ପୋଲିସ ଗିରଫ କରିଛି । ମଙ୍ଗଳବାର ଦିନ ନମାଜ ସମୟରେ ଏକ ଗ୍ରୁପ ଓ ଜଣେ ଦୋକାନୀଙ୍କ ମଧ୍ୟରେ ବିବାଦକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିଲା । ଏହି ପ୍ରଦର୍ଶନରେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା ସେଠାରେ ପହଂଚି ପ୍ରଦର୍ଶନକାରୀଙ୍କୁ ସମର୍ଥନ କରିଥିଲେ । ଏହାପରେ କର୍ଣ୍ଣାଟକ ପୋଲିସ ତାଙ୍କୁ ହେପାଜତକୁ ନେଇଛି । କେବଳ ସେତିକି ନୁହେଁ ବିରୋଧ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ପାଇଁ ପୋଲିସ ବଳ ପ୍ରୟୋଗ ମଧ୍ୟ କରିଥିଲା । ପୋଲିସ ତେଜସ୍ୱୀଙ୍କୁ ହେପାଜତକୁ ନେବା ବେଳେ ପ୍ରଦର୍ଶନକାରୀଙ୍କୁ ଫେରିଯିବାକୁ ତେଜସ୍ୱୀ ଅନୁରୋଧ କରିଛନ୍ତି ।