ନୟାଗଡ ପରେ ଝାରପଡ଼ା ଜେଲରେ ପିଟାପିଟି । ନିଶାପାଇଁ ଜଣେ କଏଦୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କଲେ ୩କଏଦୀ

66

କନକ ବ୍ୟୁରୋ: ଜେଲ ଭିତରେ ମାରପିଟ୍ । ନୟାଗଡ ପରେ ଝାରପଡ଼ା ଜେଲରେ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ସ୍ଥିତି ଉପୁଜିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜଣେ କଏଦୀଙ୍କ ଉପରେ ୩ ଜଣ କଏଦୀ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୪ରୁ ଅଧିକ କଏଦୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜେଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରିବା ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜଣେ ବିଚାରଧିନ କଏଦୀଙ୍କ ଆଖି ନଷ୍ଟ ହୋଇଥିବା ସୂଚନା ମିଳିଛି । ଗତ କିଛି ମାସ ହେବ ଜେଲରେ ମାରପିଟି ବଢିଛି । ଜେଲ ଭିତରକୁ ନିଶା ଦ୍ରବ୍ୟ ପ୍ରବେଶ କରୁଥିବାରୁ ଏଭଳି ଗଣ୍ଡଗୋଳ ହେଉଥିବା ଅଭିଯୋଗ ହୋଇଛି ।