ଜି-୨୦ ଶିଖର ସମ୍ମିଳନୀ : ତାଇୱାନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚୀନ୍ ରାଷ୍ଟ୍ରପତି ମୁହାଁମୁହିଁ

70

କନକ ବ୍ୟୁରୋ : ଇଣ୍ଡୋନେସିଆ ବାଲିରେ ଜି-୨୦ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପରସ୍ପରକୁ ସାକ୍ଷାତ କରିଛନ୍ତିି । ତାଇୱାନ୍ ପ୍ରସଙ୍ଗରେ ଦୁଇ ଦେଶର ରାଷ୍ଟ୍ରପତି ମୁହାଁମୁହିଁ ହୋଇଛନ୍ତି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ କହିଛନ୍ତି, ତାଇୱାନ୍ ହେଉଛି ଏକ ଚରମ ରେଖା । ତେଣୁ ଆମେରିକା ଏହାକୁ ଅତିକ୍ରମ କରିବା ଉଚିତ ନୁହେଁ ।

ସେହିପରି ତାଇୱାନକୁ ଆମେରିକା ସୁରକ୍ଷା ପ୍ରଦାନ କରିବ ବୋଲି ବାଇଡେନ୍ କହିଛନ୍ତି । ତାଇୱାନ ପ୍ରତି ଚୀନ୍ ଦେଖାଉଥିବା ଆକ୍ରାମଣାତ୍ମକ ଆଭିମୁଖ୍ୟ ଆଦୌ ଗ୍ରହଣୀୟ ନୁହେଁ । ଚୀନର ଏପରି କାର୍ଯ୍ୟ କେବଳ ତାଇୱାନ ପ୍ରଣାଳୀ ନୁହେଁ, ବରଂ ସମଗ୍ର ବିଶ୍ୱର ଶାନ୍ତି ଓ ସ୍ଥିରତାକୁ ବ୍ୟାହତ କରୁଛି ବୋଲି ବାଇଡେନ୍ ସୂଚନା ଦେଇଛନ୍ତି । ସେପଟେ ଚୀନ ଏବଂ ଆମେରିକା ସମ୍ପର୍କକୁ ମଜଭୁତ କରିବାକୁ ଜିନପିଙ୍ଗ୍ ଆଗ୍ରହ ଦେଖାଇଛନ୍ତି ।

ସେହିପରି ଏ ପ୍ରସଙ୍ଗରେ ବାଇଡେନ କହିଛନ୍ତି, ଆମେ ଉପ-ସଭାପତି ଥିବା ସମୟରେ ଉଭୟଙ୍କ ମଧ୍ୟରେ ଦେଖା ହୋଇଛି । ସବୁ ସମସ୍ୟା ସମାଧାନ ପାଇଁ ବ୍ୟକ୍ତିଗତ ଏବଂ ସରକାରୀ ସ୍ତରରେ ସେ ଆଗହୀ ଅଛନ୍ତି । ଦୁଇ ଦେଶର ନେତା ହିସାବରେ ଆମର ଦାୟୀତ୍ୱ ହେଉଛି ବିବାଦ ଛାଡି ବିଶ୍ୱର ସମସ୍ୟା ସମଧାନ ଉପରେ ଆଲୋଚନା କରିବା ବୋଲି ବାଇଡେନ କହିଛନ୍ତି । ଅନ୍ୟପକ୍ଷରେ ଦୁଇ ଶକ୍ତିଶାଳୀ ଦେଶର ନେତା ରୁଷର ପରମାଣୁ ହମଲା ଧମକକୁ ନିନ୍ଦା କରିଛନ୍ତି ।