ହେଲିକପ୍ଟରରୁ ଫୁଲ ବର୍ଷା ହେଲା, ମଇଁଷିର ମୃତ୍ୟୁ ହୋଇଗଲା । ଜାଣନ୍ତୁ ଏହା ପଛର କାରଣ

554

କନକ ବ୍ୟୁରୋ: ରାଜସ୍ଥାନର ଅଲବର ଅଞ୍ଚଳରେ ହେଲିକପ୍ଟରରୁ ଫୁଲ ବର୍ଷା ହେଉଥିବାବେଳେ ମଇଁଷିର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୀଡିତ ପଶୁପାଳକଙ୍କ କହିବା ମୁତାବକ, ହେଲିକପ୍ଟର ଖୁବ କମ୍ ଉଚ୍ଚତାରେ ଉଡୁଥିଲା । ଏହାର ଶବ୍ଦ ଏତେ ତୀବ୍ର ଥିଲା ଯେ, ଏହାର ପ୍ରଚଣ୍ଡ ଶବ୍ଦରେ ହିଁ ମଇଁଷି ଡରିଯାଇଥିଲା । ଫଳରେ ତା’ର ମୃତ୍ୟୁ ହୋଇଥିଲା ।

କଥା ହେଉଛି ଅଲବରର ବହରୋଡ ବିଧାୟକ ନିଜ ପ୍ରଚାର ପାଇଁ ନିଜ ଇଲାକାରେ ହେଲିକପ୍ଟର ଯୋଗେ ଫୁଲ ବର୍ଷା କରୁଥିଲେ । ବହରୋଡ ବିଧାନସଭା କ୍ଷେତ୍ରର ୧୩୯ ଟି ଗାଁରେ ବଲଜିତ ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର ଚାଲୁଥିବାବେଳେ ପାଖାପାଖି ୨ ଦିନ ଧରି ୨୧ କ୍ୱିଣ୍ଟାଲ ଫୁଲ ବର୍ଷା ହୋଇଥିଲା । ଏହି ସମୟରେ ପୀଡିତ ଚାଷୀଙ୍କ ଘର ଉପରେ ହେଲିକପ୍ଟର ଉଡିଯାଉଥିବାବେଳେ ଏହାର ଶବ୍ଦ ଶୁଣି ମଇଁଷି ଡରିଯାଇଥିଲା । ଫଳରେ ମଇଁଷିର ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପାଇଁ ଚାଷୀ ଜଣକ ବିଧାୟକଙ୍କୁ ଦାୟୀ କରିବା ସହ ତାଙ୍କ ମଇଁଷିକୁ ଫେରାଇବାକୁ ନଚେତ୍ ତା’ ଦାମର କ୍ଷତିପୂରଣ ଦେବାକୁ ଦାବି କରିଛି । ମଇଁଷିର ଦାମ ଦେଢ ଲକ୍ଷରର ଅଧିକ ହେବ । ତେଣୁ ତାଙ୍କୁ ଏତିକି ଟଙ୍କା ଦେବାକୁ ଦାବି କରିଛନ୍ତି ଚାଷୀ ।