ସୁଗାର ଫ୍ରି ମିଠାରେ ଚିନି ମିଶିବା ଘଟଣା : କନକ ନ୍ୟୁଜର ରିପୋର୍ଟ ପରେ ଆକ୍ସନରେ ସରକାର; ସପ୍ତାହକ ମଧ୍ୟରେ ଆସିବ ଏସଓପି

68

କନକ ବ୍ୟୁରୋ : ସୁଗାର ଫ୍ରି ମିଠାରେ ଚିନି ମିଶିବା ଘଟଣାରେ କନକ ନ୍ୟୁଜର ଅନୁସନ୍ଧାନ ମୂଳକ ରିପୋର୍ଟ ପରେ ଆକ୍ସନ ମୋଡରେ ରାଜ୍ୟ ସରକାର । ଓଡିଶା ମିଷ୍ଟାନ ବ୍ୟବସାୟୀ ସଂଘ ସହ ଖାଦ୍ୟ ନିରାପତା ଆୟୋଗ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏବେ ଆଉ ମିଠାରେ ସୁଗାର ଫ୍ରି ନୁହଁ ବରଂ କ୍ୟାଲୋରୀ କେତେ ରହିଛି ଲେଖାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ନିରାପତା କମିଶନର । ସପ୍ତାହକ ମଧ୍ୟରେ ଏ ନେଇ ଜାରି ହେବ ଏସଓପି । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ନିରାପତା କମିଶନର ପୋମା ଟୁଡୁ କହିଛନ୍ତି ।