ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଖବର ! ଝାରଖଣ୍ଡ ଭୀଡହିଂସାରେ ତବରେଜ୍ ଙ୍କୁ ମାରପିଟ୍ ପରେ ଦିଆଯାଇଥିଲା ଜହର ମିଶା ପାଣି , ପରିବାର ସଦସ୍ୟ ଆଣିଲେ ଅଭିଯୋଗ । 

443

ଝାରଖଣ୍ଡରେ ବାଇକ୍ ଚୋରୀ କରିବା ସନ୍ଦେହରେ ଭୀଡହିଂସାର ଶିକାର ହୋଇଥିବା ତବରେଜ୍ ଅନ୍ସାରୀଙ୍କ ଜଣେ ସଂମ୍ପର୍କୀୟ କହିଛନ୍ତି ଯେ ତାଙ୍କୁ ମାରପିଟ୍ କରିବା ପରେ ବିଷାକ୍ତ ପାଣି ପିଇବାକୁ ଦିଆଯାଇଥିଲା । ତବରେଜ୍ ଙ୍କ ସଂମ୍ପର୍କୀୟ ମହମ୍ମଦ ମସରୁର୍ କହିଛନ୍ତି , ଯେ ମାରପିଟ ପରେ ତବରେଜ୍ ଙ୍କୁ ଦୁଦୁରାର ବିଷାକ୍ତ କ୍ଷୀରର ପାଣି ପିଇବାକୁ ଦିଆଯାଇଥିଲା । ଏହି ମାମଲାରେ ଚାର୍ଜସିଟ୍ ଫାଇଲ୍ କରିବା ସହ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବାକୁ ନେଇ ସେ କହିଛନ୍ତି । ଏହି ମାମଲାରେ ମୁଖ୍ୟ ଆରୋପୀ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି ଏବଂ ଏହି କେସରେ ୨ ପୋଲିସ୍ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି । କଂଗ୍ରେସ,ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା , ରାଷ୍ଟ୍ରୀୟ ଜନତା ଦଳ ଏବଂ ସିବିଆଇ ତଦନ୍ତ ଦାବି କରି ରାଜଭବନରେ ଧାରଣା ପ୍ରଦର୍ଶନ ପାଇଁ କହିଛନ୍ତି ।

ତବରେଜ୍ ଙ୍କ ମୃତ୍ୟୁ ଏବଂ ଭିଡହିଂସାକୁ ବିରୋଧ କରି ଶହ ଶହ ଲୋକ ଜନ୍ତର-ମନ୍ତର ପଡିଆରେ ଏକତ୍ରୀତ ହୋଇଥିଲେ । ଘଟଣାକୁ ନିନ୍ଦା କରି ପ୍ରଦେଶ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଇସ୍ତଫା ପାଇଁ ଦାବି କରାଯାଇଥିଲା । ପ୍ରଦର୍ଶନକାରୀଙ୍କ ନେତୃତ୍ୱ କରୁଥିବା ଜବାହାର ଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବ ଛାତ୍ର ନେତା ଉମର୍ ଖାଲିଦ୍ କହିଥିଲେ ଯେ ଏହା ଖୁବ୍ ଲଜ୍ଜାଜନକ କଥା ଯେ ବିପକ୍ଷଙ୍କୁ ଏହି ଜଘନ୍ୟ ଘଟଣା ବିଷୟରେ ଜାଣିବା ପାଇଁ ୧ ସପ୍ତାହ ସମୟ ଲାଗିଗଲା ।