ଜୟପୁରରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ହିଁ ଜଳିଗଲା ୨ଟି ଗାଡି

156

କନକ ବ୍ୟୁରୋ : ଜୟପୁର ବୋରିଗୁମ୍ମାରେ ଟ୍ରକ୍- ବାଇକ ମୁହାଁମୁହିଁ ଧକା । ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲାଗିଯିବାରୁ ଉଭୟ ବାଇକ୍ ଓ ଟ୍ରକ୍ ଜଳିଯାଇଛି । ସୂଚନା ଅନୁଯାୟୀ ବୋରିଗୁମ୍ମା ଅଭିଯୋଗୁ ଏକ ଟ୍ରକ ଆସୁଥିବାବେଳେ ଆଗପଟୁ ଦୁଇ ଜଣ ଯୁବକ ବାଇକରେ ଆସୁଥିଲେ । ଏହି ସମୟରେ ଅଚାନକ ବସ୍ ବାଇକ ଓ ଟ୍ରକ ମୁହାଁମୁହିଁ ଧକା ହୋଇଥିଲା ।

ବାଇକଟି ଟ୍ରକ ଭିତରକୁ ପଶି ଯାଇଥିଲା । ଫଳରେ ଟ୍ରକରେ ନିଆଁ ଲାଗି ଯାଇଥିଲା ଏବଂ ବାଇକରେ ଥିବା ଦୁଇ ଯୁବକ ଗୁରୁତର ହୋଇଥିଲେ । ଦୁର୍ଘଟଣାସ୍ଥଳରେ କୋଟପାଡ ଦମକଳବାହିନୀ ଓ ବୋରିଗୁମ୍ମା ପୋଲିସ ପହଁଚି ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ବୋରିଗୁମ୍ମା ହସ୍ପପିଟାଲରେ ଭର୍ତି କରିଛନ୍ତି ।

Comments are closed.