ହୋଲିରେ ଯୁବକଙ୍କୁ ଛୁରାମାଡ । ରଙ୍ଗ ଖେଳର ସୁଯୋଗ ନେଇ ବେକରେ ଦୁର୍ବୃତ୍ତ ଭୁସିଲା ଛୁରୀ

409

କନକ ବ୍ୟୁରୋ : ହୋଲିରେ ହେଲା ମର୍ଡର । ଛୁରାମାଡରେ ପ୍ରାଣ ହରାଇଛନ୍ତି ଜଣେ ଯୁବକ । ହୋଲି ଖେଳ ବେଳେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଗଙ୍ଗାନଗରର ଅଜୟ କୁମାର ପ୍ରଧାନଙ୍କୁ କେହି ଦୁର୍ବୃତ ଛୁରାମାଡ କରି ଫେରାର ହୋଇଯାଇଥିଲା । ଦୁର୍ବୃତ ଜଣକ ତାଙ୍କ ବେକରେ ଛୁରି ଭୁଶିଦେଇଥିଲା ।

ଗୁରୁତର ଅବସ୍ଥାରେ ଅଜୟଙ୍କୁ ହସପିଟାଲ ନିଆଯାଇଥିଲା । ତେବେ ତାଙ୍କର ମୃତ୍ୟୁ ହୋଇଯାଇଛି । ପୂର୍ବଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସକୁ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।