ଦେଶର ୩ଟି ପାହାଡି ରାଜ୍ୟରେ ବରଫ ବର୍ଷା । ଧଳା ଚାଦରରେ ଘୋଡେଇ ହୋଇଛି ଘର ଦ୍ୱାର, ଗଛ ପାହାଡ

ହିମାଚଳପ୍ରଦେଶ, ଜମ୍ମୁକଶ୍ମୀର ଓ ଉତରାଖଣ୍ଡରେ ବରଫ ବର୍ଷା ଭଳି ପରିସ୍ଥିତି ସୃଷ୍ଟି

123

କନକ ବ୍ୟୁରୋ: ଉତର ଭାରତର ତିନିଟି ପାହାଡି ରାଜ୍ୟରେ ପ୍ରବଳ ତୁଷାରପାତ ହୋଇଛି । ହିମାଚଳପ୍ରଦେଶ, ଜମ୍ମୁକଶ୍ମୀର ଓ ଉତରାଖଣ୍ଡରେ ବରଫ ବର୍ଷା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜମ୍ମୁକଶ୍ମୀରର ଶ୍ରୀନଗର ସମେତ ଲଦାଖ ଓ ଲେହ ଅଂଚଳରେ ପ୍ରବଳ ତୁଷାର ପାତ ହୋଇଛି । ଚାରିଆଡେ ତୁଷାର ପଡିବା ଯୋଗୁଁ ସମଗ୍ର ଅଂଚଳ ଯେମିତି ଧଳା ଚାଦର ଘୋଡେଇ ହେବା ପରି ଲାଗୁଛି ।

ଧଳା ଚାଦରରେ ଘୋଡେଇ ହୋଇଛି ଘର ଦ୍ୱାରା, ଗଛ ପାହାଡ । ତୁଷାର ଜମା ହେବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାରୁ ଏହାକୁ ହଟାଇବା ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ୯ବର୍ଷ ପରେ ପ୍ରଥମ ଥର ପାଇଁ ନଭେମ୍ବର ମାସରୁ ହିଁ ତୁଷାରପାତ ଆରମ୍ଭ ହୋଇଛି ।

ଅନ୍ୟପଟେ ତୁଷାରପାତ ଭରପୂର ମଜାନେବା ପାଇଁ ପର୍ଯ୍ୟଟକଙ୍କ ଭିଡ ଆରମ୍ଭ ହୋଇଛି । ସେହିପରି ଉତରାଖଣ୍ଡର ପାହାଡିଆ ଅଂଚଳରେ ତୁଷାରପାତ ହୋଇଛି । ସେପଟେ ତୁଷାରପାତ ଯୋଗୁଁ ପାରଦ ତଳମୁହାଁ ହୋଇଛି ଓ ଥଣ୍ଡା ବଢ଼ିବାରେ ଲାଗିଛି ।