ଚାଲିଛି  ତ୍ରିରଂଗା ମହୋତ୍ସବ:  ମହାକାଶରୁ ଶୁଭେଛା ଜଣାଇଲେ ଇଟାଲୀର ମହାକାଶଚାରୀ ସାମନ୍ଥା କ୍ରିଷ୍ଟୋ

324

କନକ ବ୍ୟୁରୋ: ସାରା ଦେଶ ସ୍ୱାଧୀନତା ଦିବସ ଅବସରରେ ପାଳୁଛି ତ୍ରିରଙ୍ଗା ମହୋତ୍ସବ ।  ଏହି ଅବସରରେ ଇଟାଲୀୟାନ୍ ମହାକାଶଚାରୀ  ସମନ୍ଥା  କ୍ରିଷ୍ଟୋଫୋରେଟି ଏକ ଭିଡ଼ିଓ ବାର୍ତା ଦେଇଛନ୍ତି । ମହାକାଶରୁ ସମନ୍ଥା ଏହି ଭିଡ଼ିଓ ମେସେଜ ଦେଇଛନ୍ତି । ଗଗନାୟନ ମିଶନର ସଫଳତା ନେଇ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି ।

ସମନ୍ଥାଙ୍କ ଏହି ୧ମିନିଟ୍ ୧୩ ସେକେଣ୍ଡର ଭିଡ଼ିଓ ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ତରନଜିତ୍ ସିଂ ସାନ୍ଧୁ ସେୟାର କରିଛନ୍ତି । ଇସ୍ରୋ ସହିତ ସହଭାଗିତା ବିସ୍ତାର କରି ବିଶ୍ୱ ବ୍ରହ୍ମାଣ୍ଡ ନେଇ ଅନୁସନ୍ଧାନ କରିବା ଆମର ଲକ୍ଷ୍ୟ ରହିଥିବା କହିଛନ୍ତି ସମନ୍ଥା । ଏହି ଗଗନାୟନ ମିଶନ ସଫଳତାରେ ଆମେରିକା, ଋଷିଆ, ଚାଇନା ପରେ ଭାରତ ଚତୁର୍ଥ ରାଷ୍ଟ୍ର ହେବ ବୋଲି ଭିଡ଼ିଓରେ ବାର୍ତା ଦେଇଛନ୍ତି  ।